ମୁଦ୍ରାନୀତି କମିଟିର ତିନି ଦିନିଆ ବୈଠକ ଆରମ୍ଭ
ଡେସ୍କ: ମୁଦ୍ରାନୀତି କମିଟିର ତିନି ଦିନିଆ ବୈଠକ ଆଜି ମୁମ୍ବାଇରେ ଆରମ୍ଭ ହୋଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ଏହା ଷଷ୍ଠ ତଥା ଅନ୍ତିମ ସମୀକ୍ଷା ବୈଠକ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଏହା ଘୋଷଣା କରିବେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆରବିଆଇ ପ୍ରମୁଖ ସୁଧ ହାରକୁ ଅପରିବର୍ତ୍ତିତ ରଖିବ। ରିପୋର୍ଟ ଅନୁଯାୟୀ, ଜୁନରୁ ଅଗଷ୍ଟ ମଧ୍ୟରେ ସୁଧ ହାରରେ ପରିବର୍ତ୍ତନ ହୋଇପାରେ।
ଆଇବିଆଇ ପ୍ରାୟ ଏକ ବର୍ଷ ଧରି ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଆରବିଆଇ ଏହି ହାରରେ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ। ଶେଷ ଥର ପାଇଁ ୨୦୨୩ ଫେବ୍ରୁଆରିରେ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ପରିବର୍ତ୍ତନ ହୋଇଥିଲା। ୨୦୨୩ ଜୁଲାଇରେ ୭.୪୪ ପ୍ରତିଶତରେ ପହଞ୍ଚିବା ପରେ ୨୦୨୩ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୬୯ ପ୍ରତିଶତକୁ ଖସି ଆସିଛି।
Comments are closed.