www.samajalive.in
Wednesday, December 10, 2025
16.1 C
Bhubaneswar

ଜଳ ପ୍ରଦୂଷଣ ନିୟନ୍ତ୍ରଣ ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ

ଡେସ୍କ: ରାଜ୍ୟସଭାରେ ଜଳ ପ୍ରଦୂଷଣ ନିରାକରଣ ଓ ନିୟନ୍ତ୍ରଣ ସଂଶୋଧନ ବିଲ୍ ୨୦୨୪ ପାରିତ ହୋଇଛି। ଜଳ ପ୍ରଦୂଷଣ ନିରାକରଣ ଓ ନିୟନ୍ତ୍ରଣ ଆଇନ, ୧୯୭୪ରେ ସଂଶୋଧନ ଆଣିବାକୁ ଏହି ବିଲରେ ବ୍ୟବସ୍ଥା ରହିଛି। ଏହି ଆଇନରେ ଜଳ ପ୍ରଦୂଷଣକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗଠନ କରିବାର ବ୍ୟବସ୍ଥା ରହିଛି। ନୂଆ ବିଲ୍ ଅନୁଯାୟୀ ଅନେକ ତ୍ରୁଟିକୁ ଅପରାଧମୁକ୍ତ କରାଯିବା ସହ ଜରିମାନା ଆଦାୟ କରାଯିବ। ଏହା ପ୍ରଥମେ ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ହେବ।

୨୯ ଟଙ୍କାରେ ମିଳିବ ଚାଉଳ, ଆରମ୍ଭ ହେଲା ଭାରତ ରାଇସ୍ ବ୍ରାଣ୍ଡ

- Advertisement -

ଏହି ଅଧିନିୟମ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷଙ୍କୁ ରାଜ୍ୟ ସରକାର ମନୋନୀତ କରିଥାନ୍ତି। ନୂଆ ବିଲରେ ବ୍ୟବସ୍ଥା ଅନୁଯାୟୀ, ଅଧ୍ୟକ୍ଷ ମନୋନୀତ କରିବା ପାଇଁ ଚାକିରି ସର୍ତ୍ତାବଳୀ ଓ ନିୟମାବଳୀ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ। ଏହି ବିଲ୍ ଅନୁଯାୟୀ ଜଳାଶୟରେ ପ୍ରଦୂଷଣ ନିଷ୍କାସନ ସମ୍ବନ୍ଧୀୟ ବ୍ୟବସ୍ଥା ଉଲ୍ଲଂଘନ କଲେ ୧୦ ହଜାରରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ।

ଏହି ବିଲ୍ ଉପରେ ବିତର୍କର ଉତ୍ତର ଦେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ଜଳ ସଂରକ୍ଷଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ସେ କହିଥିଲେ ଯେ ସରକାର ଏ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଲୋକଙ୍କୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରିଛନ୍ତି।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories