ପାଣି ଟାଙ୍କିରେ ଚଢ଼ି ଆତ୍ମହତ୍ୟା ଧମକ
ଭବାନୀପାଟଣା : ଭବାନୀପାଟଣା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଂଚାୟତରେ ଅଭାବନୀୟ ଘଟଣା ଘଟିଛି। କଁସିଲ ଗାଁ ପାଣି ଟାଙ୍କି ଉପରେ ଚଢ଼ି ଜଣେ ବ୍ୟକ୍ତି ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଅଞ୍ଚଳର ମହେଶ କୁମାର ନାମକ ଜଣେ ବ୍ୟକ୍ତି ଗଜବାହାଲ୍ ପଂଚାୟତରେ ପାନୀୟଜଳ ପାଇପ ସଂଯୋଗ କାର୍ଯ୍ୟ କରୁଥିଲେ। କୌଣସି କାରଣ ରୁ ସେ ହଠାତ ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ଖବର ପାଇ କର୍ଲାମୁଣ୍ଡା ତହସିଲଦାର, ରିଶିଡ଼ା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ବୁଝାସୁଝା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟା ଉଦ୍ୟମ ପଛର କାରଣ ସ୍ପଷ୍ଟ ଭାବେ ଜଣାପଡିନଥିବାବେଳେ ପାଣି ଟାଙ୍କି ଉପରୁ ମହେଶଙ୍କୁ ତଳକୁ ଆଣିବାକୁ ପୋଲିସ ଏବଂ ପ୍ରଶାସନ ଉଦ୍ୟମ ଜାରି ରଖିଛି।
Comments are closed.