www.samajalive.in
Saturday, December 6, 2025
23.1 C
Bhubaneswar

ଜାଗରଣ ସମୟରେ ମଞ୍ଚ ଭୁଷୁଡିବା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କାଲକାଜୀ ମନ୍ଦିର ଜାଗରଣ ଷ୍ଟେଜ୍ ଭୁଷୁଡିବା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । କାଲକାଜୀ ମନ୍ଦିରରେ ଜାଗରଣ ଅବସରରେ ଷ୍ଟେଜ୍ ଭୁଷୁଡିବା ଫଳରେ ୧୭ ଜଣ ଆହତ ହୋଇ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ହସ୍ପିଟାଲରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ରାତି ପ୍ରାୟ ୧୨ଟାରେ ଘଟିଛି ଏହି ଅଘଟଣ ।

ସାଧାରଣତନ୍ତ୍ର ଦିବସ ଅବସରରେ କାଲକାଜୀ ମନ୍ଦିରରେ ମାତାଙ୍କ ଜାଗରଣର ଆୟୋଜନ କରାଯାଇଥିଲା । ଏଥିରେ ରାତି ପ୍ରାୟ ସାଢେ ୧୨ଟା ସମୟରେ ୧୫୦୦ରୁ ୧୬୦୦ ଲୋକଙ୍କ ଭିଡ ଏକାଠି ହୋଇଥିଲା । ଏହି ସମୟରେ ଲୋକମାନେ ଭିଆଇପିଙ୍କ ପରିବାର ବସିବା ପାଇଁ ପ୍ରସ୍ତୁତ ହୋଇଥିବା ମଞ୍ଚ ଉପରକୁ ଉଠିଗଲେ । ଏହା ପରେ ମଞ୍ଚ ଭୁଷୁଡିପଡିଲା । ଫଳରେ ମଞ୍ଚ ତଳେ ବସିଥିବା ୧୭ ଜଣ ଆହତ ହୋଇଥିଲେ । ଆହତଙ୍କ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଗତକାଲି ରାତିରେ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଜଣେ ୪୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories