www.samajalive.in
Monday, December 15, 2025
27.1 C
Bhubaneswar

ନୀତୀଶଙ୍କୁ ହତ୍ୟା ଧମକ; ବିଜେପିରୁ ବାହାର ନହେଲେ ବୋମା ପକାଇ ଉଡାଇ ଦେବୁ

ବିହାର: ବିଜେପିରୁ ଶୀଘ୍ର ବାହାରି ଯାଆନ୍ତୁ ନୀତୀଶ କୁମାର । ନଚେତ ବୋମା ପକାଇ ଉଡାଇ ଦେବାକୁ ଧମକ । ନୀତୀଶଙ୍କ ସହ ଥିବା ବିଧାୟକଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦିଆଯାଇଛି । ଏଭଳି ଧମକପୂର୍ଣ୍ଣ କଲ୍‍ ବିହାର ଡିଜିପି ଆରଏସ ଭଟ୍ଟୀଙ୍କ ଫୋନକୁ ଆସିଥିବା ସୂଚନା ମିଳିଛି । ବିହାରରେ ନୀତୀଶ କୁମାରଙ୍କ ନୂଆ ସରକାର ଗଠନ ହେବା ଦିନ ଠାରୁ ଅସନ୍ତୋଷ ଲାଗି ରହିଛି । ଡିଜିପିଙ୍କ ଫୋନକୁ ମେସେଜ ଏବଂ ଅଡ଼ିଓ କ୍ଲିପ ପଠାଇ ଏହି ଧମକ ଦେଇଛନ୍ତି ଦୁର୍ବୃତ୍ତ । ତେବେ ଏଭଳି ଧମକପୂର୍ଣ୍ଣ କଲ ଆସିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

ସୂଚନା ଅନୁସାରେ ଏହି ମାମଲାରେ ତଦନ୍ତ କରିବା ପରେ କର୍ଣ୍ଣାଟକରେ ଚଢଉ କରି ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରାଯାଉଛି । ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣଙ୍କ ତଦନ୍ତକାରୀ ଦଳ ପାଟନାରେ ପହଂଚିଥିଲେ । ନିକଟରେ ବିହାର ବିଧାନସଭାରେ ବହୁମତର ପ୍ରମାଣ ଦେଇଥିଲେ ନୀତୀଶ କୁମାର । ତାଙ୍କ ସପକ୍ଷରେ ୧୨୯ଖଣ୍ଡ ଭୋଟ ପଡିଥିଲା । ଇଣ୍ଡିଆ ମେଣ୍ଟରୁ ଓହରି ଏନଡିଏ ସହ ମେଣ୍ଟ କରି ନୀତୀଶ କୁମାର ସରକାରକୁ ଆସିବା ପରେ ବିହାରରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories