ଡ୍ରାଗନର ଜାସୁସ: ଚୀନ୍‌ ଗୁପ୍ତଚର ଭାବେ କାର୍ଯ୍ୟକରୁଛନ୍ତି ବିଷକନ୍ୟା – ସାରା ଦୁନିଆଁରେ ବ୍ୟାପିଛନ୍ତି ଏହି ଗୁପ୍ତଚର

ଲଣ୍ଡନ – ବିଶ୍ୱର ପ୍ରାୟ ସମସ୍ତ ଦେଶର ଗୁପ୍ତଚର ସଂସ୍ଥା ରହିଛି । ଦେଶ ବିରୋଧି ଶକ୍ତିଙ୍କ ବିରୋଧରେ ସୂଚନା ଏକାଠି କରିବାରେ ଏମାନେ ଧୁରନ୍ଧର । ହେଲେ ଚୀନ୍‌ ଅନ୍ୟ ଦେଶ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏଥିପାଇଁ ଅନେକ ବିଷ କନ୍ୟାଙ୍କୁ ତିଆରି କରିଛି । ଏମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଛି ।

ଜି-୨୦ ସମ୍ମିଳନୀ ବେଳେ ମଧ୍ୟ ଏମାନେ ଚୀନ୍‌ ପ୍ରତିନିଧି ମଣ୍ଡଳୀରେ ସାମିଲ ଥିବା କଥା କୁହାଯାଉଛି । ଚୀନ୍‌ ପ୍ରତିନିଧି ମଣ୍ଡଳ ସହଥିବା କିଛି ଏପରି ଯୁବତୀଙ୍କ ଏବଂ ଅନ୍ୟମାନଙ୍କର ବ୍ୟାଗ ହୋଟେଲ୍‌ ରୁମ୍‌କୁ ଯିବା ପୂର୍ବୁର ଭାରତୀୟ ସୁରକ୍ଷା ସଂସ୍ଥାମାନେ ଯାଞ୍ଚ କରିବା ପାଇଁ ଚାହିଁଥିଲେ ।ମାତ୍ର ସେମାନେ ଏହାକୁ ଯାଞ୍ଚ କରିବା ପାଇଁ ମନା କରିଦେଇଥିଲେ । ଏହା ସହ ସେମାନେ ଭିପିଏନ୍‌ ଏବଂ ପ୍ରାଇଭେଟ୍‌ ଇଣ୍ଟରନେଟ୍‌ ସଂଯୋଗ ଚାହିଁଥିଲେ । ଏହି ବ୍ୟାଗମାନଙ୍କରେ ଚୀନ୍‌ର ଗୁପ୍ତଚରୀ ଯନ୍ତ୍ର ଲଗାଯାଇଥିବା ଜଣା ପଡିଥିଲା ।

ଇଂଲଣ୍ଡରେ ପ୍ରକାଶିତ ଖବର କାଗଜ ଅନୁସାରେ ଚୀନ୍‌ ସୁନ୍ଦର ଯୁବତୀମାନଙ୍କୁ ଗୁପ୍ତଚରୀ ତାଲିମ୍‌ ଦେଉଛି । ସେମାନଙ୍କୁ ପ୍ରଚୁର ଟଙ୍କା ଦିଆଯାଉଛି । ଏହାପରେ ସେମାନଙ୍କୁ ଆମେରିକା ସହ ବିଭିନ୍ନ ୟୁରୋପୀୟ ଦେଶକୁ ପଠାଯାଉଛି । ବ୍ରିଟେନ୍‌ର ସୁରକ୍ଷା ତଥା ଗୁପ୍ତଚର ସଂସ୍ଥା ଏମ୍‌ଆଇ-୫ ଏ ନେଇ ଚେତାବନୀ ଜାରୀ କରିଛି । ବିଭିନ୍ନ ୟୁରୋପୀୟ ଏବଂ ଆମେରିକାରୁ ଏମାନେ ସୁରକ୍ଷା ସମ୍ବନ୍ଧୀୟ ଗୁପ୍ତ ସୂଚନା ହାସଲ କରୁଛନ୍ତି । ଏହା ସହ ବିଭନ୍ନ ଗୋପନୀୟ ଦସ୍ତାବେଜ୍‌ ସଂଗ୍ରହ କରୁଛନ୍ତି । ଏମିତି ଜଣେ ବିଷ କନ୍ୟାକୁ ବି ବ୍ରିଟେନ୍‌ର ସୁରକ୍ଷା ଏଜେନ୍ସି ଗିରଫ କରିଛି । ସେ ବ୍ରିଟେନ୍‌ର ସଂସଦରେ ଗବେଷଣା କରିବା ଆଳରେ କାର୍ଯ୍ୟ କରୁଥିଲା ।

ଏହା ପୂର୍ବରୁ ଚୀନ୍ ବିଭିନ୍ନ ଦେଶରେ ଗୁପ୍ତରେ ବିଭିନ୍ନ କାର୍ଯ୍ୟରେ ଲିପ୍ତ ଥିବା କଥା ଜଣା ପଡିଥିଲା । ଆମେରିକାରୁ ଚୀନ୍‌ର ଜଣେ ଗୁପ୍ତଚରଙ୍କୁ ଗିରଫ କରାଯାଇଥିଲା . ସୁ ୟାନୟୁନ ନାମକ ଏହି ଗୁପ୍ତଚର ଆମେରିକାରେ ରହି ବ୍ୟବସାୟ ସମ୍ବନ୍ଧୀୟ ବିଭିନ୍ନ ଗୋପନୀୟ ଦସ୍ତାବେଜ୍‌ ଚୋରୀ କରି ଦେଇଥିଲେ ।  ତାଙ୍କୁ   ଆମେରିକାର ଏକ ଅଦାଲତ ୨୦ ବର୍ଷ ପାଇଁ କାରାଦଣ୍ଡା ଦେଶ ଦେଇଛନ୍ତି । ଏବେ ଚୀନ୍‌ ବିଷକନ୍ୟାଙ୍କୁ ନେଇ ନିଜ ଚାଲ ଚଳାଇବା ପାଇଁ ଚେଷ୍ଟା କରୁଛି ।

Comments are closed.