www.samajalive.in
Saturday, December 13, 2025
21.1 C
Bhubaneswar

କଳାକାରମାନଙ୍କ ପ୍ରଶିକ୍ଷଣ ଶିବିର, ଯୋଗଦେଲେ ୬୯୬ଜଣ କଳାକାର

ଆଠଗଡ: ଆଠଗଡ ବ୍ଲକ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଚାଲିଥିବା ୨ଦିନିଆ ବ୍ଲକସ୍ତରୀୟ କଳାକାର ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‍ଯାପିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ବିଭିନ୍ନ ଲୋକକଳାର କଳାକାରମାନଙ୍କୁ ସରକାରଙ୍କର ଜନମଙ୍ଗଳ ଓ ବିକାଶମୂଳକ ଯୋଜନା କିପରି ଲୋକଙ୍କ ନିକଟରେ ନିଜର କଳା ପ୍ରଦର୍ଶନ ମାଧ୍ୟମରେ ପହଞ୍ଚାଇବେ ଓ ସଚେତନ କରିବେ ସେ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଆଠଗଡ ଅଞ୍ଚଳରେ ପ୍ରଚଳିତ ଲୋକକଳା ଯଥା ସଂକୀର୍ତ୍ତନ, ପାଲା, ଭାଗବତ, ଦାସକାଠିଆ, ଲଉଡିଖେଳ, ଘୁଡୁକି ନାଚ, ଘୋଡାନାଚ, ଖଞ୍ଜଣି ବାଦ୍ୟ ଆଦି ୩୪୮ଟି କଳାକାର ଦଳର ମୋଟ ୬୯୬ଜଣ କଳାକାରଙ୍କୁ ଏହି ୨ଦିନରେ ପ୍ରଶିକ୍ଷଣ ଦିଆଯାଇଥିଲା।

ବିଭିନ୍ନ ବିଭାଗୀୟ ଅଧିକାରୀ ସେହି ବିଭାଗରେ କାର୍ଯକାରୀ ହେଉଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନା ସଂପର୍କରେ କଳାକାରଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଆଜି ଅନ୍ତିମ ଦିବସରେ ବ୍ଲକ କଳା ସଂସ୍କୃତି ସଂଘର ସଭାପତି ତଥା ବିଡିଓ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରି ଓଡିଶାର କଳା, ସଂସ୍କୃତି ଓ ପରମ୍ପରା ଅତି ମହାନ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଲୋକକଳାକୁ ବଞ୍ଚାଇ ରଖିବା ଓ କଳାକାରଙ୍କ ଜୀବନଜୀବିକା ପ୍ରତି ଦୃଷ୍ଟି ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ବାବେ ସଂଘର ଉପସଭାପତି ପ୍ରଫୁଲ୍ଲ କୁମାର ଗଣ୍ଠିଆ, ସଂକୀର୍ତ୍ତନ ଗୁରୁ ଅଜୟ କୁମାର ଦାସ, ପାଲା ଗାୟକ ସନ୍ତୋଷ କୁମାର ପଟ୍ଟନାୟକ, ଅଗାଧୁ ଚରଣ ବେହେରା, ଦିବ୍ୟସଂଘ ରାଉତ, ଜଗନ୍ନାଥ ମହିଳା ମହାମଣ୍ଡଳର ସଂଯୋଜିକା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଂଘର ସଂପାଦକ ତଥା ବ୍ଲକ ସାମାଜିକ ନିରାପତ୍ତା ଅଧିକାରୀ ଚପଳା ସାହୁ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କଳା ସଂସ୍କୃତି ସଂଘ ଦ୍ୱାରା ଆମନ୍ତ୍ରିତ ପ୍ରାକ୍ତନ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ କଳାକାରଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କନିଷ୍ଠ ସହାୟକ ମୁକେଶ କୁମାର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋଜ କୁମାର ପ୍ରଧାନ, ଯୋଜନା ସହାୟକ ଦେବୀ ପ୍ରସାଦ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories