www.samajalive.in
Sunday, December 7, 2025
23.1 C
Bhubaneswar

ଓଡ଼ିଶାର ଏହି ବ୍ୟକ୍ତି ନେଲେ ପ୍ରଥମ କରୋନା ଟିକା, ଜାଣନ୍ତୁ କିଏ ?

ଭୁବନେଶ୍ବର: ଓଡ଼ିଶାରେ ଶନିବାରଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ କରାଯାଉଛି। ତେବେ ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ଜଣେ ସଫେଇ କର୍ମଚାରୀ କୋଭିଡ-୧୯ ଟିକା ନେଇଛନ୍ତି। ସେହି କର୍ମଚାରୀ ଜଣକ ହେଉଛନ୍ତି ୫୧ ବର୍ଷୀୟ ବିରଞ୍ଚି ନାଏକ। କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ସେ ଗତ ୩୦ ବର୍ଷ ହେଲା ଏଠାରେ କାର୍ଯ୍ୟ କରୁଛନ୍ତି।

ବିରଞ୍ଚି କହିଛନ୍ତି, ଟିକା ନେବା ପୂର୍ବରୁ ମୁଁ ଭୟଭୀତ ନ ଥିଲି ବୋଲି ଯଦି କହିବି, ତେବେ ତାହା ମିଛ କଥା। ତେବେ ଯେତେବେଳେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଟିକାକରଣକୁ ନେଇ ଆଶ୍ବାସନା ଦେଇଆସୁଛନ୍ତି, ତା’ହେଲେ କେହି ଚିନ୍ତିତ ହେବା ଉଚିତ ନୁହେଁ। ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରଞ୍ଚିଙ୍କ ସହିତ କଥା ହୋଇଥିଲେ। ପ୍ରଥମ ଡୋଜ୍‌ ଟିକା ନେବା ପରେ ସେ ସୁସ୍ଥ ଅନୁଭବ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

- Advertisement -

ଅନ୍ୟପଟେ ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାର ଭ୍ରାନ୍ତ ଧାରଣାକୁ ଦୂର କରିବା ଲାଗି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଏବଂ ବରିଷ୍ଠ ଡାକ୍ତରମାନେ ଟିକା ଗ୍ରହଣ କରିଥିଲେ। ସେହିପରି ଭୁବନେଶ୍ବର ଏମ୍‌ସର ନିର୍ଦେଶକ ଗୀତାଞ୍ଜଳି ବାଟ୍‌ମାନାବେନ୍‌ ଟିକା ନେଇଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଦୈନିକ ପ୍ରତି କେନ୍ଦ୍ରରେ ୧୦୦ ଜଣଙ୍କ ହିସାବରେ ୧୬ ହଜାର ୧୦୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।

ସେ ଆହୁରି କହିଛନ୍ତି, ଜାନୁୟାରୀ ୨୫ ତାରିଖ ସୁଦ୍ଧା ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଆମେ ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରୁଛୁ। ୩.୨୮ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୧.୯୨ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଦଫାରେ ଟିକାକରଣ କରାଯିବ। ଦ୍ୱିତୀୟ ବ୍ୟାଚ୍ ଟିକା ଠିକ୍ ସମୟରେ ପହଞ୍ଚିବ ବୋଲି ଆମେ ଆଶାବ୍ୟକ୍ତ ଥିବା ମହାପାତ୍ର କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories