www.samajalive.in
Monday, December 15, 2025
16.1 C
Bhubaneswar

ଚୋରି ହୋଇଥିଲା ୪୧ ଲକ୍ଷ -ପିଶାଚ କିମ୍ବା ଜିନ୍‌ ଚୋରି କରୁଥିବା ବିଶ୍ୱାସ କରିଥିଲେ ହେଲେ..

ମୁମ୍ବାଇ – ମୁମ୍ବାଇରେ ଜଣେ ବ୍ୟବସାୟୀଙ୍କ ଘରୁ ଲଗାତାର ଭାବେ ଚୋରି ହେଉଥିଲା । ଟଙ୍କା ସୁନା ସହ ଅନ୍ୟ ମୂଲ୍ୟବାନ ଜିନିଷ ଚୋରି ହେଉଥିଲା । ହେଲେ ଘର ଲୋକ ଏହା କୌଣସି ଦୁଷ୍ଟ ଆତ୍ମା ବା ପିଶାଚର କାମ ଭାବି ଅଭିଯୋଗ କରି ନଥିଲେ । ଏହି ଘଟଣାରେ ୨୨ ବର୍ଷିୟ ହୁସେନ୍‌ ଏବଂ ୧୯ ବର୍ଷିୟ ଆବାସ୍‌ କୁ ଗିରଫ କରାଯାଇଛି ।

ଦକ୍ଷିଣ ମୁମ୍ବଇର ବାଇକୁଲାରେ ବସବାସ କରୁଥିବା ଏହି  ବ୍ୟବସାୟୀଙ୍କ ଘରେ ଗତ ଫେବ୍ରୁଆରୀ ମାସରୁ ଏହି ଚୋରି ଆରମ୍ଭ ହୋଇଥିଲା । କୌଣସି ପିଶାଚ କିମ୍ବା ଜିନ୍‌ ଏହି ଚୋରି କରୁଥିବା ପରିବାର ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଭାବୁଥିଲେ । ପରେ ସେପ୍ଟେମ୍ବର ମାସରେ ସେମାନେ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ସେତେବେଳକୁ ୪୦ ଲକ୍ଷ ୯୮ ହଜାର ଟଙ୍କା ଚୋରି ହୋଇ ସାରିଥିଲା ।

- Advertisement -

ସେପ୍ଟେମ୍ବର ମାସରେ ବ୍ୟବସାୟୀଙ୍କ ଘରୁ ଲଗାତାର ୪ ଲକ୍ଷ ଟଙ୍କାର ସୁନାଗହଣା ଏବଂ ୧୦ ଲକ୍ଷ ଟଙ୍କା ନଗଦ ଚୋରି ହୋଇଥିଲା । ଥାନାରେ ଅଭିଯୋଗ ପାଇଁ ତାଙ୍କର ଚିହ୍ନା ପୁଲିସ କହିଥିଲେ । ପୁଲିସ ତଦନ୍ତ ବେଳେ ଏହା ସେହି ବ୍ୟବସାୟୀଙ୍କ ସମ୍ପର୍କୀୟ ୧୩ ବର୍ଷର ଝିଆରୀ ଚୋରି କରୁଥିବା ଜାଣିବା ପାଇଁ ପାଇଥିଲା । ସେ ସୁରାଟରେ ରହୁଥିବା ତା ଭାଇମାନଙ୍କ ପାଇଁ ନିୟମିତ ଭାବେ ଚୋରି କରୁଥିଲା । ସେମାନେ ତାକୁ ଧମକାଇବା ସହ ଚୋରି କରିବା ପାଇଁ କହିଥିଲେ । ଏହି ଘଟଣାରେ ୨୨ ବର୍ଷିୟ ହୁସେନ୍‌ ଏବଂ ୧୯ ବର୍ଷିୟ ଆବାସ୍‌ ସହ ନାବାଳିକାକୁ ଗିରଫ କରାଯାଇଛି ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories