ମହାନଦୀର ସିଦ୍ଧ ନାରାୟଣୀ ବାରୁଣୀ ଘାଟରେ ବୁଡ ପକାଇଲେ ତିରିଶ ହଜାର ଶ୍ରଦ୍ଧାଳୁ

ଗୁରୁଡିଝାଟିଆ : ପୁଣ୍ୟତୋୟା ମହାନଦୀର ସିଦ୍ଧ ନାରାୟଣୀ ବାରୁଣୀ ଘାଟରେ ଆଜି ପ୍ରାୟ ତିରିଶ ହଜାର ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି। ମାହେନ୍ଦ୍ର ବେଳା ୧୨ଟା ୪୭ ଥିବାରୁ ବିମାନ ରୁଢ ଠାକୁରଙ୍କୁ ସ୍ନାନ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ମାନସିକ ଧାରୀମାନେ ଉପସ୍ଥିତ ରହି ବୁଡ ପକାଇଥିଲେ। ମହାପ୍ରଭୁ ଧବଳେଶ୍ଵର ଓ ସର୍ପେଶ୍ବରଙ୍କ ସହ ପ୍ରାୟ ୧୫ ଟି ବିମାନ ଆସିଥିବା ଠାକୁର ମଧ୍ୟ ବାରୁଣୀ ଘାଟରେ ବୁଡ ପକାଇଥିଲେ। ବ୍ରହ୍ମପୁର ଗାଁ କମିଟି ସଭାପତି ଲକ୍ଷ୍ମୀଧର ସାମନ୍ତରାୟ,ଉପଦେଷ୍ଠା ବାବୁରାମ ସ୍ବାଇଁ ,ବାଦଲ କୁମାର ସାମଲ,ଉମାକାନ୍ତ ସ୍ବାଇଁ,ମାନସ କୁମାର ମହାନ୍ତିଙ୍କ ସହ ଗାଁର ମୁରବିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଚୌଦ୍ଵାର ଏସଡିପିଓ ଉମାକାନ୍ତ ନାୟକ, ଖୁଣ୍ଟୁଣୀ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ପ୍ରମୁଖଙ୍କ ସହ ପୋଲିସ ଫୋର୍ସ ମାନେ ଭିଡ଼ ନିୟନ୍ତ୍ରଣ କରିଥିବାବେଳେ ସାମ୍ଭାବ୍ୟ ପ୍ରତିକୂଳ ପରିବେଶକୁ ଦୃଷ୍ଟିରେ ରଖି ଅଗ୍ନିଶ୍ରମ ବାହିନୀ ପକ୍ଷରୁ ସଜାଗ ଦୃଷ୍ଟି ଦିଆ ଯାଇଥିଲା। ଉଲ୍ଲେଯୋଗ୍ୟ କଖଡିଠାରୁ ସମସ୍ତ ବିମାନ ରୁଢ ଠାକୁର ବୁଡ ପକାଇବାକୁ ସିଦ୍ଧ ନାରାୟଣୀ ବାରୁଣୀ ଘାଟକୁ ଆସିଥିଲେ। ପ୍ରକାଶ ଯୋଗ୍ୟ ବାରୁଣୀ ବୁଡ ଯାତ୍ରା ଦ୍ଵାପର ଯୁଗରୁ ବ୍ରହ୍ମପୁର ସିଦ୍ଧ ନାରାୟଣୀ ବାରୁଣୀ ଘାଟରେ ହୋଇ ଆସୁଅଛି। ଏହାକୁ ଅଧିକ କଳେବର ବୃଦ୍ଧି ଆଠଗଡ ରାଜା କରିଥିବାବେଳ ଏବେ ଗାଁର ଜନସାଧାରଣ ପ୍ରଶାସନର ସହଯୋଗରେ କରୁଛନ୍ତି।
Comments are closed.