www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ପାଇଁ ଛାଡି ଦିଅନ୍ତୁ ଏହି ଖାଦ୍ୟ ; ଆପଣଙ୍କ ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ କରିପାରେ ଦୁର୍ବଳ

କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଅତି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଡାକ୍ତରମାନେ କହୁଛନ୍ତି ଯେ, ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି ସେହି ବ୍ୟକ୍ତି, ଯାହାର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍। ତେଣୁ, ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହୁଛୁ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ ଦୁର୍ବଳ କରିବା ସହ ଆପଣ ରୋଗାଗ୍ରସ୍ତ ହୋଇ ପାରନ୍ତି। ତେଣୁ ଏହି ଜିନିଷଗୁଡ଼ିକୁ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ ନାହିଁ।

କୋଲ୍ଡ ଡ୍ରିଙ୍କସ୍ ବା ଥଣ୍ଡା ପାନୀୟ : ଥଣ୍ଡା ପାନୀୟରେ ଅଧିକ ପରିମାଣର ଚିନି ରହିଥାଏ, ଯାହା ଶରୀରରେ ଶର୍କରା ସ୍ତରକୁ ବୃଦ୍ଧି କରି ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିପାରେ। ଫାଷ୍ଟଫୁଡ୍ କିମ୍ବା ଜଙ୍କ୍ ଫୁଡ୍ ସେବନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିଥାଏ। ଯାହା ଦ୍ବାରା ସଂକ୍ରମଣର ଆଶଙ୍କା ବୃଦ୍ଧି ହୋଇଥାଏ |

- Advertisement -

କଫି : କଫିରେ ଅନେକ ମାତ୍ରାରେ କଫିନ୍ ଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତିକୁ କମ୍ କରିଥାଏ। ତେଣୁ ଅତି କମ ମାତ୍ରାରେ କଫି ଖାଆନ୍ତୁ। ବଜାରରେ ମିଳୁଥିବା ଜୁସ୍ କିମ୍ବା ପ୍ୟାକେଜ୍ ଖାଦ୍ୟ ଶରୀରକୁ ଭିତରୁ ଦୁର୍ବଳ କରିଦିଏ, ଯାହା ଧୀରେ ଧୀରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଥାଏ ଏବଂ ଶରୀର ରୋଗର ଶିକାର ହୋଇଥାଏ।

ଆଚାର : ବଜାରରେ ଅନେକ ପ୍ରକାରର ସିଲ୍ ହୋଇଥିବା ଆଚାର ମିଳିୁଛି। ସେଥିରେ ଅନେକ ଉପାଦାନ ରହିଥାଏ, ଯାହା କିଡନୀ ରୋଗର ଆଶଙ୍କା ଅଧିକ ଥାଏ। ଏହା ବ୍ୟତୀତ ଶରୀରରେ ଡିହାଇଡ୍ରେଟ୍ ହୋଇଥାଏ।

ବାସି ଖାଦ୍ୟ : କିଛି ଲୋକ ରାତିର ଖାଦ୍ୟକୁ ଦିନରେ ଭୋଜନ କରନ୍ତି। ଏହାଦ୍ୱାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବା ସହ ରୋଗ ପ୍ରତିରୋଧକ ପ୍ରକ୍ରିୟା ଦୁର୍ବଳ ହେବାକୁ ଲାଗିଥାଏ। ତେଣୁ ଯଥାସମ୍ଭବ ତାଜା ଖାଦ୍ୟ ଖାଆନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories