www.samajalive.in
Sunday, December 7, 2025
23.1 C
Bhubaneswar

ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ମନ୍ଦିର,ମସଜିଦ୍ ଓ ଗୀର୍ଜା ବନ୍ଦ : ସୁବ୍ରତ ବାଗଚୀ

ଭୁବନେଶ୍ବର : ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସତର୍କତା ମୂଳକ ଭାବେ ରାଜ୍ୟ ସରକାର ରାଜ୍ୟର ସମସ୍ତ ଧର୍ମୀୟ ଅନୁଷ୍ଠାନ ଯଥା ମନ୍ଦିର, ମସଜିଦ୍ ଓ ଗୀର୍ଜାକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଏହି ଧର୍ମୀୟ ଅନୁଷ୍ଠାନ ବନ୍ଦ ରହୁଥିଲେ ମଧ୍ୟ ସେଠାରେ ଭଗବାନଙ୍କ ଯାହା ଦୈନିକ ରୀତିନୀତି ତାହା ବନ୍ଦ ହେବ ନାହିଁ। ଧର୍ମୀୟ ଅନୁଷ୍ଠାନ ଗୁଡିକରେ ଲୋକଙ୍କ ଭିଡ ରହୁଥିବାରୁ ଏବଂ ଏହି ସବୁସ୍ଥାନ ମାନଙ୍କରେ ସାମାଜିକ ଦୂରତ୍ବ ରହୁନଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ସଚେତନତା ଟିମର ମୁଖ୍ୟ ସୁବ୍ରତ ବାଗଚୀ। ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଛନ୍ତି ପୁରୀ ଜିଲାପ୍ରଶାସନ ପକ୍ଷରୁ କରୋନା ପାଇଁ ସତର୍କତା ମୂଳକଭାବେ ଆସନ୍ତାକାଲିଠୁ ଜଗନ୍ନାଥ ମନ୍ଦିରକୁ ଭକ୍ତ ମାନଙ୍କ ପାଇଁ ବନ୍ଦ କରାଯାଇଛି। ଧର୍ମୀୟ ଅନୁଷ୍ଠାନ ଗୁଡିକରେ ଲୋକମାନଙ୍କ ଭିଡ ଲାଗୁରହୁଥିବାରୁ ସରକାର ଏଥି ପ୍ରତି ବିଶେଷ ଦୃଷ୍ଟି ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟର କୌଣସି ଧର୍ମୀୟ ସଭା ଏବଂ ପୂଜାପର୍ବାଣୀକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories