www.samajalive.in
Saturday, December 6, 2025
17.1 C
Bhubaneswar

ଚୀନରେ ଅଟକିଲା କରୋନା: ବିଶ୍ଵବ୍ୟାପୀ ୨.୨୫ ଲକ୍ଷ ଆକ୍ରାନ୍ତ, ୯୨୭୭ ମୃତ

ନୂଆଦିଲ୍ଲୀ/ବେଜିଂ: ପ୍ରାୟ ସାଢ଼େ ୩ମାସ ଧରି ଚୀନରେ ଆତଙ୍କ ଖେଳାଇଥିବା ମହାମାରୀ ‘କରୋନା’ ଭୂତାଣୁ ଶେଷରେ ନିଷ୍କ୍ରିୟ ହୋଇଛି। ଚୀନରେ ଧୀରେ ଧୀରେ ଏହା ନିୟନ୍ତ୍ରଣକୁ ଆସିଥିବାବେଳେ ପ୍ରଥମ ଥର ଲାଗି ଗତ ବୁଧବାର କୌଣସି ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ନାହିଁ। ଅନ୍ୟପଟେ ସାରା ବିଶ୍ଵକୁ ଏହି ଭୂତାଣୁ କବଳିତ କରିସାରିଛି। ବୁଧବାର ସୁଦ୍ଧା ୧୬୭ଟି ଦେଶରେ ଏହି ଭୂତାଣୁ ପହଞ୍ଚିଥିବାବେଳେ ଗୁରୁବାର ଏହି ସଂଖ୍ୟା ୧୭୬କୁ ବୃଦ୍ଧି ପାଇଛି। ବିଶ୍ଵରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୨୫ ହଜାର ୬୨୭ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୯୨୭୭ ଛୁଇଁଛି।

ଚୀନରେ ସର୍ବାଧିକ ୮୨୦୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ଦ୍ବିତୀୟ ସ୍ଥାନରେ ଇଟାଲୀ ରହିଛି। ଏଠାରେ ୨୭୯୮୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩୦୦୦ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଇରାନରେ ୧୬୧୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories