www.samajalive.in
Monday, December 15, 2025
15.1 C
Bhubaneswar

୬୦ବର୍ଷର ମହାବିଦ୍ୟାଳୟ; ଯୁକ୍ତ ୨ରୁ ପିଜି ପାଇଁ ନାହାନ୍ତି ଓଡ଼ିଆ ଅଧ୍ୟାପକ

ଖୋର୍ଦ୍ଧା  :ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ପାଳନ କରୁଛି ୬୦ବର୍ଷର ପୂର୍ତ୍ତି। ଅଧ୍ୟାପନାକୁ ନେଇ ମହାବିଦ୍ୟାଳୟର ବାସ୍ତବ ଚିତ୍ର ଯେ କେତେ ଦୟନୀୟ ତାହା ପରିକଳ୍ପନା କରାଯାଇନପାରେ। ଓଡିଆ ଭାଷା ସାହିତ୍ୟ ବିଭାଗର ସଫଳତା ଦିନେ ଏହି ମହାବିଦ୍ୟାଳୟର ପରିଚୟ ହୋଇଥିଲା। ଯେଉଁଥି ପାଇଁ ତତ୍କାଳନୀ ଉଚ୍ଚ ଶିକ୍ଷାମନ୍ତ୍ରୀ ସମୀର ଦେ୨୦୦୭-୦୮ ମସିହାରେ ଏହି ମହାବିଦ୍ୟାଳୟରେ ଓଡିଆ ସ୍ନାତୋକତ୍ତର (ପି.ଜି) ଶ୍ରେଣୀ ଖୋଲିବାକୁ ଅନୁମତି ଦେଇଥିଲେ। ଦୀର୍ଘ ୧୩ ବର୍ଷ ଧରି ଓଡିଆ ପି.ଜି ଶ୍ରେଣୀରେ ଶିକ୍ଷାଲାଭ କରି ଅନେକ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ। ତେବେ ବିଗତ ଦୁଇବର୍ଷ ଧରି ‘ଯୁକ୍ତ ୨ରୁ ପିଜି ଶ୍ରେଣୀ’ ଓଡିଆ ବିଭାଗରେ ଜଣେ ବି ନିୟମିତ ଅଧ୍ୟାପକ ନଥିବା ବେଳେ ଅତିଥି ଅଧ୍ୟାପକ ଓ ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କୁ ନେଇ ଓଡିଆ ଭାଷା ସାହିତ୍ୟ ବିଭାଗ କାର୍ଯ୍ୟ କରୁଛି। ଡ. ରଥ ଅବସର ନେବା ପୂର୍ବରୁ ଉଭୟ ଓଡିଆ ଓ ସଂସ୍କୃତ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଥିଲେ। କିନ୍ତୁ ଡ. ରଥଙ୍କ ଅବସର ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଓ ସେମାନଙ୍କ ଅବିଭାବକଙ୍କୁ ଅନିଶ୍ଚିତତା ଆଡକୁ ନେଇଆସିଛି। ସମ୍ପ୍ରତି ସଂସ୍କୃତ ଭାଷା ସାହିତ୍ୟ ବିଭାଗରେ ପରିଚାଳନା ସମିତି ଦ୍ୱାରା ନିଯୁକ୍ତ ଜଣେ ଅଧ୍ୟାପିକା ଓ ଜଣେ ଚୁକ୍ତିଭିତ୍ତିକ ଅଧ୍ୟାପିକାଙ୍କୁ ନେଇ ଯୁକ୍ତ ଦୁଇ ଶ୍ରେଣୀ ଓ ଯୁକ୍ତ ତିନି ସମ୍ମାନ ଶ୍ରେଣୀରେ ପ୍ରଶିକ୍ଷଣ କିପରି ଚାଲିବ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୫ମାସ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମହାବିଦ୍ୟାଳୟ ଗସ୍ତ କରି ଏହାର ପରିବେଶ, ପ୍ରାକୃତିକ ସୁଷମା , ଶୈକ୍ଷିକ ପରିମଣ୍ଡଳ ଓ ପ୍ରଶାସନିକ ପରିଚାଳନାର ପ୍ରଶସାଂ କରିଥିବା ବେଳେ ପୁରାତନ ଛାତ୍ରସଂସଦ ଓ ଅବିଭାବକଙ୍କ ତରଫରୁ ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ଖାଲିପଡିଥିବା ଅଧ୍ୟାପକ ପଦବୀ ପୂରଣ ଓ ବିଶେଷତଃ ଓଡିଆ ବିଭାଗକୁ କିଛି ଅଭିଜ୍ଞ ଅଧ୍ୟାପକ ପ୍ରେରଣ କରିବାର ଅନୁରୋଧ କରାଯାଇଥିଲା। ଏ ସବୁର ଆସୁ ସମାଧାନ ପାଇଁ ମନ୍ତ୍ରୀଙ୍କ ଠାରୁ ନିର୍ଭର ପ୍ରତଶ୍ରୁତି ବି ମିଳିଥିଲା। ତେବେ ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି। ଏହାକୁ ନେଇ ଛାତ୍ର ଅସନ୍ତୋଷ ତେଜିବାରେ ଲାଗିଛି। ତୁରନ୍ତ ଏହାର ପ୍ରତିକାର କରାନଗଲେ ଲକଡାଉନର ପରବର୍ତ୍ତୀ ସ୍ଥିତି ବିସ୍ଫୋରଣର ରୂପ ନେବାର ଆଶାଙ୍କାକୁ ଏଡା ଯାଇନପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories