ବ୍ରହ୍ମପୁର: ଛତ୍ରପୁର ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମରେ କେତେ ଜଣ ଦୁବୁର୍ତ୍ତ ଟ୍ରାକ୍ଟରରୁ ଡିଜେଲ ଚୋରି କରୁଥିବା ଅଭିଯୋଗ ହୋଇଛି। ଟ୍ରାକ୍ଟରରୁ ଡିଜେଲ ଚୋରି କରୁଥିବା ବେଳେ ଗୁରୁବାର ସନ୍ଧ୍ୟାବେଳେ ଗ୍ରାମବାସୀଙ୍କ ଦ୍ବାରା ଧରା ପଡିଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା। ପରେ ଚୋରମାନଙ୍କୁ ଗିରଫ କରିଥିବା ଜଣାପଡିଛି।
Popular Categories



