ଚୋରି ଅଭିଯୋଗରେ କୋଟିପତି ଗିରଫ

0

ନୂଆଦିଲ୍ଲୀ : ଚୋରି ଅଭିଯୋଗରେ ଦିଲ୍ଲୀ ପୁଲିସ୍‍ ଜଣେ ୫୪ ବର୍ଷିୟ କୋଟିପତିଙ୍କୁ ଗିରଫ କରିଛି। ସେ ଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟରୁ ପ୍ରସ୍ତରକାଳର ଏକ କଳାକୃତିକୁ ଚୋରି କରି ଧରାପଡିଛନ୍ତି। ସୂଚନା ଅନୁସାରେ ଜୁନ୍‍ ୨୪ରେ ସେ ଏକ ପ୍ରସ୍ତରକାଳର କଳାକୃତିକୁ ଚୋରି କରିନେଇଥିଲେ। ସେ ଚୋରି କରୁଥିବା ଘଟଣା ସିସିଟିଭି କ୍ୟାମେରାରେ ବନ୍ଦ ହୋଇଯାଇଥିଲା। ତଦନ୍ତରୁ ଜଣାପଡିଥିଲା ଯେ ଚୋରି କରୁଥିବା ଲୋକ ଜଣକ ହରିୟାଣାର ପଟୌଦିରେ ରହୁଥିବା ଉଦୟ ରାତ୍ରା। ଶୁକ୍ରବାର ରାତିରେ ତାଙ୍କୁ ଘରୁ କଳାକୃତି ସହ ଗିରଫ କରାଯାଇଛି। ଦିଲ୍ଲୀ ଡିଏସ୍‍ପି ମଧୁର ଭର୍ମା ସୂଚନା ଦେଇଛନ୍ତି ଯେ ଚୋରି କଳାକୃତି ପ୍ରାୟ ଅଢେଇ ଲକ୍ଷ ବର୍ଷ ତଳର। ୨୦୧୪ରେ ଏହି କଳାକୃତି ବ୍ରିଟେନ୍‍ରୁ ଜାତୀୟ ସଂଗ୍ରହାଳୟକୁ ଅଣାଯାଇଥିଲା। ଚୋରି ଅଭିଯୋଗରେ ଗିରଫ ଉଦୟଙ୍କ ବାପା ଜଣେ ଅବସରପ୍ରାପ୍ତ ଆଇଜି। ଉଦୟ ୧୯୮୫ରୁ ୨୦୦୫ ପର୍ଯ୍ୟନ୍ତ ବ୍ରିଟେନରେ ଥିଲେ ଓ ସେ ସେଠାରୁ ଶିକ୍ଷାଲାଭ କରିଛନ୍ତି। କୌଣସି କାରଣରୁ ତାଙ୍କୁ ବ୍ରିଟେନରୁ ଦେଶାନ୍ତର କରିଦିଆଯାଇଥିଲା। ହରିୟାଣରେ ତାଙ୍କର ଏକ ବିଶାଳ ବଙ୍ଗଳା ରହିଛି। ସେ ଜଣେ କୋଟିପତି ବୋଲି ଜଣାପଡିଛି।

Leave A Reply