bjd gruha runa banner

ଏହି ମନ୍ଦିରରେ ପୁତ୍ର ପ୍ରାପ୍ତି ପାଇଁ ଚୋରି କରାଯାଇଥାଏ

bjd  ek lkhya koti banner
0

ପ୍ରତ୍ୟେକ ଧର୍ମରେ ଚୋରି କରିବା ଭୁଲ ବୋଲି କୁହାଯାଇଛି। କିନ୍ତୁ ଉତ୍ତରାଖଣ୍ଡରେ ଏପରି ମନ୍ଦିର ଅଛି ଯାହା ନିଜର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ। ସେଥିମଧ୍ୟରୁ ସିଦ୍ଧପିଠ ଚୁଡାମଣୀ ଦେବୀ ମନ୍ଦିର ଅନ୍ୟତମ। ଏହି ମନ୍ଦିରରେ ଚୋରି କରିବା ଦ୍ୱାରା ନିଜର ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଉତ୍ତାଖଣ୍ଡର ଚୁଡିଆଲା ଗ୍ରାମରେ ଏହି ମନ୍ଦିର ଅବସ୍ଥିତ। ପୁତ୍ର ପ୍ରାପ୍ତି ନିମନ୍ତେ ଏହି ମନ୍ଦିରରେ ପୂଜା କରାଯାଇଥାଏ।
ମାନ୍ୟତା ଅନୁସାରେ ଯେଉଁ ଦମ୍ପତିମାନଙ୍କର ପୁତ୍ର ପ୍ରାପ୍ତି ନିମନ୍ତେ ଇଚ୍ଛା ରହିଥାଏ ସେମାନେ ଏହି ମନ୍ଦିରକୁ ଆସିଥାନ୍ତି। ଏଠାକୁ ଆସି କାଠର କଣ୍ଡେଇ ଚୋରି କରି ନିଜ ସହ ନେଇଥାନ୍ତି। ଏପରି କରିବା ଦ୍ୱାରା ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଇଛି।


ପୁତ୍ର ହୋଇ ସାରିବା ପରେ ପିତାମାତା ନିଜ ସନ୍ତାନ ସହ ଏଠାକୁ ଆସି ମୁଣ୍ଡିଆ ମାରିଥାନ୍ତି। ତାପରେ ଦମ୍ପତିମାନେ ପୂର୍ବରୁ ନିଜ ସହ ନେଇ ଯାଇଥିବା କାଠର କଣ୍ଡେଇ ସହ ଅନ୍ୟ ଏକ କଣ୍ଡେଇ ପୁତ୍ର ହାତରେ ଦେଇ ମାଆଙ୍କ ନିକଟରେ ଚଢାଇଥାନ୍ତି।
ମନ୍ଦିରର ନିର୍ମାଣ:
ଏଠାରେ ପ୍ରଚଳିତ କଥା ଅନୁସାରେ ଚୁଡାମଣୀ ଦେବୀ ମନ୍ଦିରର ନିର୍ମାଣ ୧୮୦୫ ମସିହାରେ ଜଣେ ରାଜାଙ୍କ ଦ୍ୱାରା ହୋଇଥିଲା। ଥରେ ରାଜା ଜଙ୍ଗଲ ମଧ୍ୟକୁ ଶିକାରରେ ଯାଇଥିଲେ। ଏହି ସମୟରେ ରାଜା ମାଆଙ୍କ ଆସ୍ଥାନ ଦେଖିଥିଲେ। ରାଜାଙ୍କର କୌଣସି ପୁଅ ନଥିଲା। ତେଣୁ ରାଜା ପୁତ୍ର ପ୍ରାପ୍ତି ନିମନ୍ତେ ମାଙ୍କ ନିକଟରେ ମାନସିକ କରିଥିଲେ। ମାନସିକ ପରେ ରାଜାଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥିଲା। ତାପରେ ରାଜା ଏହି ମନ୍ଦିରର ନିର୍ମାଣ କରାଇଥିଲେ।୫୧ଟି ଶକ୍ତିପୀଠ ମଧ୍ୟରୁ ଗୋଟିଏ:
କିଛି ଗ୍ରନ୍ଥ ଅନୁସାରେ ଚୁଡାମଣୀ ଦେବୀ ମନ୍ଦିର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅଟେ। ଏଠାରେ ଦେବୀଙ୍କ ମସ୍ତକ ପଡିଥିଲା। ଏହି କାରଣରୁ ମନ୍ଦିରର ନାମ ଚୁଡାମଣୀ ଦେବୀ ରୂପେ ପ୍ରସିଦ୍ଧ ହୋଇଥିଲା।

ସୌଜନ୍ୟ: ଆଜ୍‍ ତକ୍‍

Leave A Reply