www.samajalive.in
Saturday, December 6, 2025
16.1 C
Bhubaneswar

ଦିଲ୍ଲୀରେ ପଶିଲା ଯମୁନା ପାଣି

ନୂଆଦିଲ୍ଲୀ: ରବିବାରଠାରୁ ପ୍ରବଳ ବର୍ଷା ଲାଗିରହିଥିବାରୁ ରାଜଧାନୀ ଦିଲ୍ଲୀରେ ପରିସ୍ଥିତି ଜଟିଳ ହୋଇପଡିଛି। ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଥିବାବେଳେ ନଦୀକୂଳରେ ଥିବା ଏକାଧିକ କଲୋନୀରେ ପାଣି ପ୍ରବେଶ କରିଥିବା ଲକ୍ଷ୍ୟ କରାଯାଇଛି। ଯମୁନା ନଦୀକୂଳରେ ବାସ କରୁଥିବା ଲୋକଙ୍କୁ ଅନ୍ୟତ୍ର ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ନଦୀ ଜଳସ୍ତର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ହରିୟାଣାର ଯମୁନା ନଗର ଜିଲାରେ ଥିବା ହଥନିକୁଣ୍ଡ ଡ୍ୟାମ୍‌ର ଏକାଧିକ ଫାଟକକୁ ଖୋଲାଯାଇ ବର୍ଷାଜଳ ନିଷ୍କାସନ କରାଯାଉଛି। ଆଇଏମଡି ପକ୍ଷରୁ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଥିବା ପରିପ୍ରେକ୍ଷୀରେ ନୋଏଡା, ଗାଜିଆବାଦ ଓ ଗୁରୁଗ୍ରାମସ୍ଥିତ ସବୁ ଶିକ୍ଷାନୁଷ୍ଠାନକୁ ଚଳିତମାସ ୩ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ପୁରୁୁଣା ରେଳଷ୍ଟେସନ ନିକଟରେ ଯାନବାହନର ଯାତାୟାତକୁ ବନ୍ଦ ରଖାଯାଇଛି। ଆସନ୍ତା ୪ ପର୍ଯ୍ୟନ୍ତ ଏହି ଅବସ୍ଥା ବଳବତ୍ତର ରହିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଥିଲେ ସୁଦ୍ଧା ଏଥିରେ ଆତଙ୍କିତ ନ ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସହରବାସୀଙ୍କୁ ଅନୁରୋଧ କରିଛନ୍ତି। ପ୍ରତିକୂଳ ପାଣିପାଗ ଯୋଗୁଁ ଦିଲ୍ଲୀରେ ଟ୍ରେନ ଓ ବିମାନସେବା ମଧ୍ୟ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ବିମାନଯାତ୍ରୀଙ୍କୁ ମାର୍ଗଦର୍ଶିକା ଅନୁସରଣ କରିବାକୁ ବିଭିନ୍ନ ଏୟାରଲାଇନ୍ସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ପ୍ରବଳ ବର୍ଷା ଯୋଗୁଁ ସୋମବାର ଦିଲ୍ଲୀ ଓ ଗୁରୁଗ୍ରାମର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଗୁରୁଗ୍ରାମରେ ୭ କିମି ଲମ୍ବର ଟ୍ରାଫିକ ଜାମ ପରିଲକ୍ଷିତ ହୋଇଥିଲା। ୧୨ କିମି ରାସ୍ତା ଅତିକ୍ରମ କରିବାକୁ ଲୋକଙ୍କୁ ୬ ଘଣ୍ଟାରୁ ଅଧିକ ସମୟ ଲାଗିଥିବା କୁହାଯାଇଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories