ବରଗଡ: ରାତିରେ ରାସ୍ତାକାମରେ ନିୟୋଜିତ ହୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ। ଟ୍ରକ ଧକ୍କାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ନିକଟରେ। ବୁଧବାର ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଥିଲା। ସୂଚନା ଅନୁସାରେ ରାୟପୁର ରୋଡ ସ୍ଥିତ ଲୁହୁରାଚଟି ନିକଟରେ ରାସ୍ତା ଖରାପ ଥିବାରୁ ବୁଧବାର ରାତିରେ ରାସ୍ତାକାମ ହେଉଥିଲା। ଠିକ୍ ସେହି ସମୟରେ ଅନ୍ଧାରରେ ଦ୍ରୁତ ଗତିରେ ଟ୍ରକଟି ଆସି ଶ୍ରମିକଙ୍କ ଉପରେ ମାଡିଯାଇଥିଲା। ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକମାନେ ଶ୍ରମିକଙ୍କ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଜଣକ ଚମ୍ପଟ ମାରିଥିବାରୁ ପୁଲିସକୁ ତାଙ୍କୁ ଧରିବାକୁ ଛାନଭିନ କରୁଛି।
Popular Categories



