www.samajalive.in
Monday, December 8, 2025
14.1 C
Bhubaneswar

ବାର୍‌ହା ଫାସରେ ବାଘ; ଉଦ୍ଧାର ବେଳେ ବାଘ କାମୁଡାରେ ଜଣେ ଆହତ

ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳର ମାଣିତରା ସେକ୍ସନ ଅନ୍ତର୍ଗତ ବଡ ପଥର କୁଣ୍ଡାଖାଇ ମୁଣ୍ଡିଆରେ ଆଜି ସକାଳେ ବାରହା ଫାସରେ କଲରାପତ୍ରିଆ ବାଘଟିଏ ପଡିବା ଏବଂ ଉଦ୍ଧାର ବେଳେ ବାଘ କାମୁଡାରେ ଜଣେ ଯୁବକ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣାରୁ ପ୍ରକାଶ ଯେ , କୌଣସି ଦୁବୃର୍ତ୍ତ ବାର୍‌ହା ଶିକାର ପାଇଁ ବଡ ପଥର ପାହାଡ଼ରେ କେତେକ ଫାସ ବିଛାଇ ଥିଲା ଏବଂ ସେଥିରୁ ଗୋଟିଏ ଫାସରେ ବାରହାଟିଏ ପଡିଥିଲା । ସେହି ବାର୍‌ହାଟିକୁ ଖାଇବାକୁ ଆସି ଅନ୍ୟ ଏକ ଫାସରେ କଲରାପତ୍ରିଆ ବାଘଟିଏ ମଧ୍ୟ ଫସି ଗର୍ଜନ କରିଥିଲା। ସେହି ଗର୍ଜନ ପାହାଡ଼ ନିକଟରେ ଥିବା କିଛି ଲୋକଙ୍କ କାନରେ ପଡିବା ପରେ ଖବର ଯାଇ ପହଞ୍ଚିଥିଲା ବନ ବିଭାଗ ପାଖରେ ।  ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ସେଠାରେ ପହଞ୍ଚି କିଛି ସାହସୀ ଯୁବକଙ୍କ ସହଯୋଗରେ ଜାଲ ବିଛାଇ ବାଘଟିକୁ କାବୁ କରିଥିଲେ । ବାଘଟିକୁ ଦେଖିବା ପାଇଁ ଆଖପାଖ ଗାଁର ଶହ ଶହ ଲୋକ ଭିଡ ଜମାଇ ଥିଲେ ଏବଂ ସେହି ଭିଡ ଦେଇ ବାଘଟିକୁ ଆଣିଲା ବେଳେ ଜାଲ ମଧ୍ୟରେ ଥାଇ ବାଘଟି ଉଦ୍ଧାରକାରୀ ଯୁବକ ଦିଲ୍ଲୀପ ଦାଶଙ୍କ ଡାହାଣ ପଟ ଜଙ୍ଘକୁ କାମୁଡି ଦେଇଥିଲା । ଫଳରେ ଆହତ ଦିଲ୍ଲୀପଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ପରେ ଭଞ୍ଜନଗର ମୋବାଇଲ ଟିମ୍ ଏବଂ ଡିଏଫଓ ସତ୍ୟ ନାରାୟଣ ବେହୁରା , ଏସିଏଫ୍ ଶଙ୍କର୍ଷଣ ବେହେରା ଓ ପ୍ରଭାକର ନାୟକ ପହଞ୍ଚିଥିଲେ  ।  ଉଦ୍ଧାର କରାଯାଇଥିବା ବାଘଟିକୁ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ କିରିଆମ୍ବା ସଂରକ୍ଷିତ ଜଙ୍ଗଲରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଛଡା ଯାଇଥିଲା ।

- Advertisement -

ପ୍ରକାଶ ଥାଉ କି, ବାଘଟିକୁ ଉଦ୍ଧାର କରିବାରେ ଆହତ ଦିଲ୍ଲୀପ ଏବଂ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ହରିଶ୍ ପାଢୀ ଓ ଅକ୍ଷୟ କୁମାର ବିଶୋୟୀଙ୍କ ଭୂମିକା ପ୍ରଶଂସନୀୟ ଥିଲା । ଅନ୍ୟ ପକ୍ଷରେ ଫାସରେ ପଡି ମୃତ୍ୟୁ ବରଣ କରିଥିବା ବାର୍‌ହା ର ମୃତଦେହକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇ ପାରିନଥିବା ବେଳେ ଏଭଳି ବାଘ ଉଦ୍ଧାର ଘଟଣା ଅଞ୍ଚଳରେ ପ୍ରଥମ ବୋଲି ଜଣାପଡିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories