www.samajalive.in
Sunday, December 7, 2025
13.1 C
Bhubaneswar

ପରଦାକୁ ଆସିଲା ‘ଦି ତାଶକେଣ୍ଟ ଫାଇଲ୍ସ’

ମୁମ୍ବଇ : ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦି ତାଶକେଣ୍ଟ ଫାଇଲ୍ସ’ ଶୁକ୍ରବାର(୧୨ ଏପ୍ରିଲ) ମୁକ୍ତିଲାଭ କରିଛି। ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍‍ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁର ରହସ୍ୟକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଏଥିରେ ପଙ୍କଜ ତ୍ରିପାଠୀ, ମିଥୁନ ଚକ୍ରବର୍ତ୍ତୀ, ଶ୍ୱେତା ବସୁ ପ୍ରସାଦ, ନସୀରୁଦ୍ଦିନ ଶାହ, ମନ୍ଦିରା ବେଦୀ ଓ ପଲ୍ଲବୀ ଜୋଶୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଚଳଚ୍ଚିତ୍ରକୁ ନେଇ ଏତେଟା ଚର୍ଚ୍ଚା ହୋଇନଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏହାକୁ କଳାକାର ଓ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଥିବା ଦେଖିବାକୁ ମିଳିଛି। ମୁକ୍ତିଲାଭର ପ୍ରଥମ ଦିନରେ ‘ଦି ତାଶକେଣ୍ଟ ଫାଇଲ୍ସ’ ୧-୧.୫ କୋଟି ଟଙ୍କାର ବ୍ୟବସାୟ କରିପାରେ ବୋଲି ଟ୍ରେଡ଼୍‍ ଏକ୍ସପର୍ଟମାନେ ଆଶା ବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ କଂଗ୍ରେସ ପକ୍ଷରୁ ରୋକ ଲଗାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏହା ସତ୍ତ୍ବେ ଚଳଚ୍ଚିତ୍ର ଧାର୍ଯ୍ୟ ହୋଇଥିବା ତାରିଖରେ ହିଁ ମୁକ୍ତିଲାଭ କରିଛି।
.

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories