www.samajalive.in
Monday, December 15, 2025
15.1 C
Bhubaneswar

ଅପରାଧର ଗଡ଼ ଅତାବିରା…ମତୁଆଲା ରୁ ମର୍ଡର

ରେଙ୍ଗାଲିକ୍ୟାମ୍ପ : ସ୍ଥାନୀୟ ଅଞ୍ଚଳରେ ଅପରାଧ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଅବାଧରେ ମଦ, ଜୁଆ ସଟ୍ଟା ର କାରବାର ମଧ୍ୟ ବଢ଼ି ଚାଲିଛି। ମଦ ଆଜି ମଣିଷକୁ ଅଣାୟତ୍ତ କରୁଛି। ନିଶା ମଣିଷର ଚେତନା ଶକ୍ତିକୁ ନଷ୍ଟ କରି ତାକୁ ମାନବିକତା ଶୂନ୍ୟ କରିଦେଉଛି। ଯାହା ଫଳରେ ସେ ବିଭିନ୍ନ ପ୍ରକାରର ଅପରାଧ ମୂଳକ କାର୍ଯ୍ୟ କରିବାରେ ତିଳେ ହେଲେ ପଛଘୁଞ୍ଚା ଦେଉନି। ନିଶାରେ ବେହାଲ ହୋଇ  ମଣିଷ ହତ୍ୟା କରିବା ସ୍ଥାନୀୟଅଞ୍ଚଳରେ ଯେପରି ଏକ ସାଧାରଣ କଥା ହୋଇଯାଇଛି। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଆଜି ଅତାବିରା ବ୍ଲକ ଖାରମୁଣ୍ଡା ପଞ୍ଚାୟତର ଡଡଙ୍ଗାପାଲି ଗ୍ରାମରେ। ଏହି ଗ୍ରାମର ଦେବଂଶୁ ବରିହା ଓ ସୁଶାନ୍ତ ଠେଠୁଆ ଦୁଇ ମଦୁଆ ସାଙ୍ଗ। ଦେବାଂଶୁ(୨୦) ର ଘର ବିଂଝାଲ ପଡ଼ା ଓ ସୁଶାନ୍ତ(୨୩) ର ଘର କୁମ୍ଭାର ପଡ଼ା ମାତ୍ର ୨୦୦ମିଟର ବ୍ୟବଧାନ ମଧ୍ୟରେ। ଉଭୟ ମଦ ପିଅନ୍ତି । ପ୍ରତିଦିନ ଭଳି ସେ  ଦିନ ମଧ୍ୟ ଦେବାଂଶୁ ମଧ୍ୟ ପିଇ ସୁଶାନ୍ତ  ର ଘରକୁ ଆସିଥିଲା। ମଦରେ ନିଶାରେ କଥାବାର୍ତ୍ତା ହେଉ ହେଉ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ପରେ ସୁଶାନ୍ତ ଦେବାଂଶୁ କୁ ଠେଙ୍ଗାରେ ଆକ୍ରମଣ କରିଥିଲା। ତା ମୁଣ୍ଡକୁ ଓ ଅଂଟାକୁ ଜୋର୍ ରେ ପିଟିଥିଲା। ଦେବାଂଶୁ ତଳେ ପଡ଼ିଯାଇ ମଧ୍ୟ ନିଶାରେ ପୁଣି ଉଠି ରକ୍ତାକ୍ତ ଅବସ୍ଥାରେ ତା ନିଜ ଘରକୁ ଆସିଥିଲା। ସେତେବେଳେ ତାର ଘରେ କେହି ନଥିଲେ। ସାଇ ପଡ଼ିଶାର ଲୋକେ ଏହା ଦେଖି ତାର  ଘର ଲୋକଙ୍କୁ ଡ଼କାଇଥିଲେ। ମାଆ ଆଲମ ବରିହା,ବାପା ଗୁହାଲୁ ବରିହା ଓ ଭାଇଜମାର ଜଣେ ଭଣଜା ଗୌରାଙ୍ଗ ବରିହା ପହଞ୍ଚି ଆହତ ଦେବାଂଶୁକୁ ଏକ ଭଡ଼ା ଗାଡ଼ି ରେ କମଗାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଗୁରୁତର ଅବସ୍ଥା ଦେଖି ଡାକ୍ତର ତାକୁ ବରଗଡ଼ ଡାକ୍ତରଖାନାକୁ ପଠେଇଥିଲେ। ପରଦିନ ତାର ଅବସ୍ଥାରେ ସୁଧାର ନ ହେବାରୁ ବରଗଡ଼ ଡାକ୍ତର ତାଙ୍କୁ ବୁର୍ଲା କୁ ସ୍ଥାନାନ୍ତରଣ କରିଥିଲେ।  ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ଦେବାଂଶୁର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ଶବ ଗାଡ଼ିରେ ଶବକୁ ଅଣାଯାଇ ଗାଆଁ ରେ ଶବସତ୍କାର କରାଯାଇଥିଲା। କିନ୍ତୁ ବୁର୍ଲା ପୁଲିସ ଠାରୁ ଖବର ପାଇ ଅତାବିରା ପୋଲିସ ସଦଳବଳେ ଆସି ଅଭିଯୁକ୍ତ  ସୁଶାନ୍ତକୁ ଗିରଫ କରିଥିଲେ। ଏହାପରେ ମୃତ ଦେବାଂଶୁର ମାମୁଁ ଜପ ବରିହା ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି। ହେଲେ କେଉଁ କାରଣରୁ ଉଭୟଙ୍କ ମଧରେ ଝଗଡ଼ା ଆରମ୍ଭ ହୋଇଥିଲା ତାହା ଜଣାପଡ଼ିନାହିଁ। ଏହା ଉପରେ ପୋଲିସ ତଦନ୍ତ ଜାରି ରଖିଛି। ତେବେ ଦେଖାଯାଉ ଅଭିଯୁକ୍ତକୁ ପୁଲିସ ଛାଡି ଦେଉଛି ନା କୋର୍ଟକୁ ଚାଲାଣ କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories