www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟର ବନାଗ୍ନି ପରିସ୍ଥିତି ସମ୍ପୂର୍ଣ୍ଣ ଆୟତ୍ତାଧିନ-ଫରେଷ୍ଟ ଫାୟାର ଟାସ୍କ ଫୋର୍ସ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଓ ବନ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ନିଆଯାଇଥିବା ୨୪x୭ ଘଣ୍ଟିଆ ପ୍ରୟାସ ଫଳରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନିକୁ ପ୍ରଶମନ ଓ ଆୟତ୍ତାଧିନ କରାଯାଇପାରିଛି। ରାଜ୍ୟ ବନାଗ୍ନି ପରିସ୍ଥିତିକୁ ହ୍ରାସ କରିବା ନିମନ୍ତେ କ୍ଷେତ୍ର ଅଧିକାରୀମାନେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଓ ସଜାଗ ଅଛନ୍ତି। ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଆୟତ୍ତାଧିନ ଆୟତାଧିନ ରହିଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ସୂଚନା ଦେଇଛନ୍ତି।


ଫରେଷ୍ଟ ଫାୟାର୍‌ ଟାସ୍କ ଫୋର୍ସ ପକ୍ଷରୁ ଆଜି ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ବନାଗ୍ନି ସ୍ଥିତିକୁ ପ୍ରଭାବଶାଳୀ ରୂପେ ପରିଚାଳନା କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣ ତଥା ସମ୍ପ୍ରଦାୟଗୁଡ଼ିକଙ୍କର ସଚେତନତା କାର୍ଯ୍ୟକ୍ରମ ସହ ସହଯୋଗ ଓ ସହାୟତା ନିମନ୍ତେ ନିଆଯାଉଥବା ପଦକ୍ଷେପଗୁଡ଼ିକ ଜାରି ରହିଛି। ରାଜ୍ୟକୁ ଆସିଥିବା କେନ୍ଦ୍ରୀୟ ଦଳ, ସେମାନଙ୍କର କ୍ଷେତ୍ର ପରିଦର୍ଶନ ସମାପ୍ତ କରିସାରି ରାଜ୍ୟ ସରକାରଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି ଓ ପରେ ସରକାରଙ୍କୁ ପରାମର୍ଶ ପ୍ରଦାନ କରିବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories