ସମାଜ ପ୍ରଭାବ,ପହଞ୍ଚିଲେ ଏଡ଼ିଆରଆଇ ଟିମ୍:୫୦ ନମୁନା ସଂଗୃହୀତ

: ଗୋ-ସମ୍ପଦ ପାଇଁ ନୂଆ ବିପଦ ‘ବସନ୍ତ ରୋଗ’ଘଟଣା

ବଡ଼ସାହି: ଉତ୍ତର ଓଡ଼ିଶାର ଗୋ-ସମ୍ପଦ ପାଇଁ ନୂଆ ବିପଦ ଭାବେ ଦେଖାଦେଇଥିବା ବସନ୍ତ ଭଳି ରୋଗ ଘଟଣା ପ୍ରଥମେ କେବଳ ‘ସମାଜ’ରେ ୧୪ ତାରିଖରେ ପ୍ରକାଶ ପାଇବା ପରେ ପରଦିନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବୁଧବାର ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ବେତନଟୀ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଆସିଥିବା ବେଳେ ଘଟଣା ସମ୍ପର୍କରେ ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରିବ ବୋଲି ପ୍ରକାଶ କରଥିବା ବେଳେ ଶୁକ୍ରବାର କଟକ ପୁଲନଖରାରେ ଥିବା ରାଜ୍ୟ ପ୍ରାଣୀସମ୍ପଦ ରୋଗ ଗବେଷଣା କେନ୍ଦ୍ର (ଏଡ଼ିଆରଆଇ)ରୁ ଡ଼ାକ୍ତର ଗୋପାଳ ଚନ୍ଦ୍ର ବଳ ଓ ଶୁଭାଶୀଷ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ବଡ଼ସାହି ବ୍ଲକର ଦୁର୍ଗାପୁର, ତାଳପଦା, ଛେଳିଆ ଓ ବଡ଼ସାହି ପଞ୍ଚାୟତର ୧୩ଟି ଗ୍ରାମ ପରିଦର୍ଶନ କରିଛନ୍ତି। ୪ଟି ଗ୍ରାମର ସଂକ୍ରମିତ ଗୋରୁଙ୍କ ପାଖରୁ ୨୮ଟି ରକ୍ତ, ୧୦ଟି ସିରମ୍ ଓ ୫ଟି ଚର୍ମଖଣ୍ଡ ନମୁନା ସଂଗ୍ରହ କରିଛନ୍ତି। ଶନିବାର ଏହି ଦଳ ବେତନଟୀ ବ୍ଲକର ପ୍ରଭାବିତ ଗ୍ରାମ ପରିଦର୍ଶନରେ ଯିବେ। ଉଭୟ ବ୍ଲକରୁ ସଂଗୃହିତ ନମୁନା ଗବେଷଣା କେନ୍ଦ୍ରରେ ପରୀକ୍ଷା ପରେ ତା’ର ପ୍ରତିଷେଧକ ଓ ନିରାକରଣ ଔଷଧ ନିର୍ଣ୍ଣୟ ସହଜ ହେବ। ସଂକ୍ରମିତ ଗୋ-ସମ୍ପଦର ଚାଷୀ ନିକଟ ପ୍ରାଣୀଧନ ନୀରିକ୍ଷକଙ୍କ ସହିତ ଏନେଇ ଯୋଗାଯୋଗ ପାଇଁ ଡ଼ା.ଶ୍ରୀ ପାଣିଗ୍ରାହୀ ନିବେଦନ କରିଛନ୍ତି। ଅନ୍ୟ ପକ୍ଷରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀ ଡ଼ାକ୍ତର ଶଶାଙ୍କ ପାଣିଗ୍ରାହୀଙ୍କ ନିର୍ଦେଶରେ ବଡ଼ସାହି ବ୍ଲକ ପ୍ରାଣୀ ଚିକତ୍ସାଧୀକାରୀ ଡ଼ାକ୍ତର ଅରବିନ୍ଦ ଜେନା ଓ ରାଧାଗୋବିନ୍ଦ ପୁହାଣଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ଡ଼ାକ୍ତରୀ ଦଳ ସଂକ୍ରମିତ ଗ୍ରାମରେ ଚିକତ୍ସା ଶିବିର ଆରମ୍ଭ କରିଛନ୍ତି।

kalyan agarbati

Comments are closed.