www.samajalive.in
Monday, December 15, 2025
14.1 C
Bhubaneswar

ନାରୀଶକ୍ତିଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସାରେ ଶତମୁଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମାଜ ପୋର୍ଟାଲ ଡେସ୍କ: କରୋନା ମୁକାବିଲାରେ ନାରୀଶକ୍ତିଙ୍କ ନିଷ୍ଠାପର ଉଦ୍ୟମ ଆମ ସଂଗ୍ରାମକୁ ନିଶ୍ଚୟ ଅଧିକ ଖୋରାକ ଯୋଗାଇବା ଓ ବିଜୟ ଦ୍ୱାରରେ ପହଞ୍ଚାଇବ। ବିଶ୍ୱରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ତାହା ବିରୋଧରେ ଲଢେଇରେ ସାମିଲ ହୋଇଛନ୍ତି ନାରୀଶକ୍ତି। ସେମାନେ କେବଳ ଯେ ନିଜ ପରିବାର ପାଇଁ କାର୍ଯ୍ୟରତ ତାହା ନୁହେଁ, ସେମାନେ ଏଭଳି ସଙ୍କଟ ସମୟରେ ନିଜର ପାରିବାପାଣିଆ ପ୍ରଦର୍ଶନ କରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି। କେବଳ ସେତିକି ନୁହେଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ମାଓପ୍ରବଣ ମାଲକାନଗିରି ଅଞ୍ଚଳର ସ୍ୱାସ୍ଥ୍ୟ କର୍ମୀ ପ୍ରିୟଦର୍ଶିନୀ ଦାସଙ୍କ କର୍ତ୍ତବ୍ୟପରାୟଣତାର ଭୁୟସୀ ପ୍ରଶଂସା କରିଛନ୍ତି। ଆଜିର ଦୈନିକ ‘ସମାଜ’ ସମ୍ବାଦପତ୍ରରେ ପ୍ରକାଶିତ ସମ୍ବାଦ ‘କର୍ତ୍ତବ୍ୟ ଆଗରେ ହାର ମାନିଛି ମାତୃତ୍ଵ’ ଶୀର୍ଷକ ଖବରକୁ ଟ୍ୱିଟ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଲେଖିଛନ୍ତି, ମାତୃ ଶକ୍ତି ହିଁ କରୋନା ମୁକାବିଲାର ମଙ୍ଗ ଧରିପାରିବ ଏହା ପ୍ରମାଣିତ କରି ଦେଖାଇଛନ୍ତି ମାଓପ୍ରବଣ ମାଲକାନଗିରି ଅଞ୍ଚଳର ସ୍ୱାସ୍ଥ୍ୟ କର୍ମୀ ପ୍ରିୟଦର୍ଶିନୀ ଦାସ। ଜଣେ ମା’ ହୋଇ ମଧ୍ୟ ନିଜ କର୍ତ୍ତବ୍ୟ ପଥକୁ ପ୍ରଥମ ମନେକରି ଦୈନିକ ୧୫ରୁ ୨୦ ଘଣ୍ଟା କାର୍ଯ୍ୟ କରି ସେ ସମଗ୍ର ମହିଳା ଜାତି ପାଇଁ ଆଦର୍ଶ ପାଲଟିଛନ୍ତି।

- Advertisement -

ଅନ୍ୟପକ୍ଷରେ ଆଜିର ସମାଜରେ ପ୍ରଥମ ପୃଷ୍ଠାରେ ପ୍ରକାଶିତ ସମ୍ବାଦ ‘ଓଡ଼ିଆ ଧାଈଙ୍କ ଶବ ସତ୍କାର କଲେ ଗମ୍ଭୀର’ ଶୀର୍ଷକ ଖବରକୁ ମଧ୍ୟ ଶ୍ରୀ ପ୍ରଧାନ ଟ୍ୱିଟ କରିବା ସହ କ୍ରିକେଟ୍ ତାରକା ଗୌତମ ଗମ୍ଭୀରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ଲେଖିଛନ୍ତି, ଦିଲ୍ଲୀରେ ଜଣେ ଓଡ଼ିଆ ଧାଈଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ଦେବା ସହ ନିଜର ମହାନତା ମଧ୍ୟ ପ୍ରଦର୍ଶନ କରିଛନ୍ତି କ୍ରିକେଟ୍ ତାରକା ଗୌତମ ଗମ୍ଭୀର। ବର୍ତ୍ତମାନର ମହାମାରୀ ବିପତ୍ତି ସମୟରେ କ୍ରିକେଟ୍ ତାରକା କେବଳ ଓଡ଼ିଆ ଧାଈଙ୍କ ଶବ ଶତ୍କାର କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିନାହାନ୍ତି, ଅଭିନବ ବାର୍ତ୍ତା ମଧ୍ୟ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories