www.samajalive.in
Sunday, December 7, 2025
26.1 C
Bhubaneswar

ଉତ୍କଳ ବିଶ୍ୱବିଦ୍ୟାଳୟର ସିହା ଗ୍ରାମରେ ବହୁମୁଖି କର୍ମଶାଳା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ରୁସା ୨.୦ ରୁରାଲ ଆଉଟରିଚ ଟିମ ପକ୍ଷରୁ ଯାଜପୁର ଜିଲାର ସିହା ଗ୍ରାମସ୍ଥ ଭଗବତୀ ଉଚ୍ଚ ବିଦ୍ୟାଳୟରେ ବହୁମୁଖି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ପୋଷଣ ସପ୍ତାହ ପାଳନ ଅବସରରେ ପ୍ରୋଗ୍ରାମ ମ୍ୟାନେଜର ଡ.ଗୁଲସନ ଖାତୁନ ଏକ କର୍ମଶାଳା ଆୟୋଜନ କରିଥିଲେ। ଏଥିରେ ସ୍ପର୍ଶ ହସ୍‍ପିଟାଲର ବରିଷ୍ଠ ଡାଇଟିସିଆନ ପ୍ରକ୍‍ସ୍ମିତା ରାଉତ ରିସୋର୍ସ ପର୍ସନ ଭାବେ ଯୋଗଦେଇଥିଲେ। ଏହି ଅବସରରେ ଦୈନନ୍ଦିନ ଜୀବନରେ ପୋଷଣଯୁକ୍ତ ଖାଦ୍ୟର ଗୁରୁତ୍ୱ ଓ ଏହାର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ପୋଷଣ ଅଭାବରୁ କିଭଳି ରକ୍ତହୀନତାର ଶିକାର ହେବାକୁ ପଡୁଛି ଏବଂ ଏହାର ନିରାକରଣ ଉପରେ ଆଲେଶଚନା କରିଥିଲେ। ସେହିପରି ପ୍ରୋଗ୍ରାମ ମ୍ୟାନେଜର ଲିଜା ସ୍ୱାଇଁ ସ୍ୱୟଂ ସହାୟିକା ମହିଳାମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରିଥିଲେ। ଏହି ଅବସରରେ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରୋଗ୍ରାମ ମ୍ୟାନେଜର ଅନନ୍ୟା ପଟ୍ଟନାୟକ ସାପ କାମୁଡ଼ା ଓ ଏହାର ତତ୍କାଳ ଚିକିତ୍ସା ଏବଂ ଏଥି ପ୍ରତି କିଭଳି ସତର୍କ ରହିପାରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ। ସ୍ନେକ ହେଲ୍‍ପଲାଇନର ତପନ କୁମାର ପୃଷ୍ଟି ରିସୋର୍ସ ପର୍ସନ ଭାବେ ଯୋଗଦେଇ ସଚେତନତା ସୃଷ୍ଟି କରିଥିଲେ। ବିଷାକ୍ତ ଓ ସାଧାରଣ ସାପକୁ କିଭଳି ଚିହ୍ନଟ, ସାପ କାମୁଡ଼ିବା ପରେ ତତ୍କାଳ ପ୍ରାଥମିକ ଚିକିତ୍ସା ପ୍ରଦାନ, କ’ଣ ସତର୍କତା ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରୋଗ୍ରାମ ମ୍ୟାନେଜର ସ୍ୱାତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ କ୍ୟାରିୟର ଓ ନିଯୁକ୍ତି ସୁଯୋଗ ଉପରେ ଏକ କର୍ମଶାଳା ଆୟୋଜନ କରିଥିଲେ। କାର୍ଯ୍ୟକ୍ରମରେ ସିହା ସରପଞ୍ଚ ସୁଶ୍ରୀ ମିଶ୍ର, ଜୟନ୍ତ ମହାରଣା ଏବଂ ସିହା ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories