www.samajalive.in
Sunday, December 7, 2025
23.1 C
Bhubaneswar

ଆଇନ ହେଲା ତିନି ତଲାକ୍‍ ବିଲ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ : ରଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାତିରେ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ) ବିଧେୟକ ୨୦୧୯କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାସହ ଏକା ଥରକେ ତିନି ତିନି ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରୁଥିବା ବିଲ ଆଇନରେ ପରିଣତ ହୋଇଛି। ତିନି ତଲାକ ବିଲ ଆଇନରେ ପରିଣତ ହେବା ପରେ ଏବେ ମୌଖିକ, ଲିଖିତ ବା ଅନ୍ୟ କୌଣସି ମାଧ୍ୟମରେ ତିନି ତଲାକ ଦେବା ଆଇନରେ ଦଣ୍ଡନୀୟ ଅପରାଧ ହେବ। ଏହି ଅପରାଧ ଲାଗି ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ଏହି ଆଇନ ୨୦୧୯ ସେପ୍ଟେମ୍ବର ୧୯ରୁ ଲାଗୁ ହେବ ।
ପ୍ରକାଶ ଯୋଗ୍ୟ ଯେ ତିନି ତଲାକ ବିଲ୍‍ ତିନି ଥର ଲୋକସଭାରେ ପାରିତ ହୋଇଥିଲା। ମାତ୍ର ରାଜ୍ୟସଭାରେ ସମର୍ଥନ ଅଭାବରୁ ବିଲ୍‍ ପାରିତ ହୋଇପାରୁନଥିଲା। ଶେଷରେ ମଙ୍ଗଳବାର ଏହି ବିଲ୍‍ ରାଜ୍ୟସଭାରେ ଗୃହୀତ ହୋଇଥିଲା। ବିଲ୍‍ ସପକ୍ଷରେ ୯୯ ଏବଂ ବିରୋଧରେ ୮୪ଟି ଭୋଟ ପଡିଥିଲା।
ଏହା ପୂର୍ବରୁ ଜୁନ ୨୫ରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ କଂଗ୍ରେସକୁ ଭୁଲ ସୁଧାରିବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହିଳା ସଶକ୍ତିକରଣ ପାଇଁ କଂଗ୍ରେସକୁ କେତେଥର ବଡ଼ ସୁଯୋଗ ମିଳିଛି, ହେଲେ କଂଗ୍ରେସ ସବୁଥର ସୁଯୋଗ ହାତଛଡ଼ା କରିଛି। ୧୯୫୦ରେ ଦେଶରେ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) ଉପରେ ବିତର୍କ ବେଳେ କଂଗ୍ରେସ ପ୍ରଥମ ସୁଯୋଗ ହାତଛଡ଼ା କରିଥିଲା। ଏହାର ୩୫ ବର୍ଷ ପରେ ଶାହବାନୋ ମାମଲାବେଳେ ଆଉ ଏକ ସୁଯୋଗ ହାତଛଡ଼ା କରିଥିଲା। ଏବେ ତିନି ତଲାକ ବିଲ ଭାବରେ କଂଗ୍ରେସ ପାଖରେ ଆଉ ଏକ ସୁଯୋଗ ରହିଛି।
ପ୍ରକାଶ ଯେ ଗତ ସପ୍ତାହରେ ଲୋକସଭାରେ ବହୁମତ ସହ ଏହି ବିଲ ପାରିତ ହେବା ପରେ ରାଜ୍ୟସଭାରେ ଚତୁର୍ଥ ଥର ଏହି ବିଲକୁ ନେଇ ସଂଶୟ ରହିଥିଲା। କାରଣ ରାଜ୍ୟସଭାରେ ସରକାରଙ୍କ ପାଖରେ ହବୁମତ ନଥିଲା। ଏହାପରେ ବି ଅଣଏନଡିଏ ଏବଂ ଅଣୟୁପିଏ ଦଳଙ୍କ ସହାୟତାରେ ଏହି ବିଲ୍‍ ପାରିତ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories