www.samajalive.in
Sunday, December 7, 2025
14.1 C
Bhubaneswar

ବିମାନ ଦୁର୍ଘଟଣାରେ ମୃତ ଆଶଙ୍କା କରାଯାଉଥିବା ବ୍ୟକ୍ତି ୪୫ ବର୍ଷ ପରେ ଫେରିଲେ

ତିରୁଅନନ୍ତପୁରମ: ୧୯୭୬ରେ ଏକ ବିମାନ ଦୁର୍ଘଟଣା ଘଟିଥିଲା । ସେହି ବିମାନରେ କେରଳର ଜଣେ ବ୍ୟକ୍ତି ଥିଲେ । ଦୁର୍ଘଟଣାରେ ମୃତାହତଙ୍କୁ ଉଦ୍ଧାର କରାଯିବା ପରେ ଆହତଙ୍କୁ ଚିକିତ୍ସା ନିମନ୍ତେ ହାସପାତାଳରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହେବାପରେ ସେମାନେ ନିଜ ନିଜ ଘରକୁ ଫେରିଯାଇଥିଲେ । କିନ୍ତୁ କେରଳର ଏହି ବ୍ୟକ୍ତି ଜଣକ ଫେରିନଥିଲେ । ଫଳରେ ତାଙ୍କ ପରିବାର ଲୋକ ତାଙ୍କର ମୃତ୍ୟୁ ଘଟିଥିବା ଧରିନେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ୪୫ ବର୍ଷ ପରେ ସେହି ବ୍ୟକ୍ତି ଜଣକ ଘରକୁ ଫେରିଛନ୍ତି । ଏହା ପଛରେ କଣ ସବୁ ଘଟିଥିଲା ଆସନ୍ତୁ ଜାଣିବା ।

କେରଳର କୋଟ୍ଟାୟାମର ବାସିନ୍ଦା ସାଜିଦ ଥୁଙ୍ଗଲଙ୍କୁ ୨୨ ବର୍ଷ ବୟସ ହୋଇଥିବାବେଳେ ସେ ୧୯୭୪ରେ ଉପସାଗରୀୟ ରାଷ୍ଟ୍ରକୁ ଜୀବିକା ଉପାର୍ଜନ ସନ୍ଧାନରେ ଚାଲିଯାଇଥିଲେ । ଘରେ ଥିଲେ ତାଙ୍କ ଚାରି ଭଉଣୀ, ତିନି ଭାଇ ଏବଂ ବାପା ମା’ । ସାଜିତ ଆବୁଧାବିରେ ଯାଇ ପହଞ୍ଚିବା ପରେ ସେଠାର ମାଲୟାଲମ ଚଳଚ୍ଚିତ୍ର ପ୍ରଦର୍ଶନ ଏବଂ ଭାରତରୁ ଗାୟକ ଗାୟିକାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଆରମ୍ଭ କରିଦେଇଥିଲେ । ୧୯୭୬ ଅକ୍ଟୋବର ୧୨ ତାରିଖରେ ଆବୁଧାବିରୁ ଏକ ବିମାନ ଚେନ୍ନଇ (ତତ୍କାଳୀନ ମାଡ୍ରାସ) ଆସୁଥିବାବେଳେ ମଝି ରାସ୍ତାରେ ବିମାନର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ସେଥିରେ ଭାରତୀୟ କଳାକାରଙ୍କ ସହିତ ସାଜିଦ ଯାତ୍ରା କରୁଥିବା ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ତେବେ ବିମାନର ପାଇଲଟ ମୁମ୍ବଇ ବିମାନ ବନ୍ଦରରେ ଏହାର ଜରୁରୀ ଅବତରଣ କରାଇବା ସମୟରେ ଇଣ୍ଡିଆନ ଏୟାରଲାନ୍ସର ଉକ୍ତ ବିମାନଟି ଧ୍ୱଂସ ପାଇଯାଇଥିଲା ଏବଂ ସେଥିରେ ଥିବା ସମସ୍ତ ୯୫ ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ସେ ସମୟର ପ୍ରସିଦ୍ଧ ମାଲୟାଲମ ଚଳଚ୍ଚିତ୍ର ଅଭିନେତ୍ରୀ ରାଣୀ ଚନ୍ଦ୍ରା ମଧ୍ୟ ଥିଲେ । ଏହି ଘଟଣା ପାଇବା ପରେ ସାଜିଦଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକ ନିଶ୍ଚିତ ହୋଇଯାଇଥିଲେ । କିନ୍ତୁ ସୌଭାଗ୍ୟକୁ ସାଜିଦ ଉକ୍ତ ବିମାନରେ ଆସିବାର ଥିଲେ ମଧ୍ୟ କୌଣସି ଜରୁରୀ କାମ ଯୋଗୁଁ ଆବୁଧାବିରେ ରହିଯାଇଥିଲେ । ସାଜିଦ ଯେତେବେଳେ ଉକ୍ତ ବିମାନ ଦୁର୍ଘଟଣା ଏବଂ ସେ ମୃତ ବୋଲି ପରିବାର ଧରିନେଇଥିବା ଜାଣିବାକୁ ପାଇଲେ, ସେତେବେଳେ ତାଙ୍କୁ ଏତେ ଖରାପ ଲାଗିଲା ଯେ ସେ ପରିବାର ସହିତ ଆଉ ଯୋଗାଯୋଗ କରିନଥିଲେ ।

- Advertisement -

ବିମାନ ଦୁର୍ଘଟଣାର ପ୍ରାୟ ଛଅବର୍ଷ ପରେ ସାଜିଦ ମୁମ୍ବଇ ଆସି ସେଠାରେ ଛୋଟମୋଟ ବ୍ୟବସାୟ ଆରମ୍ଭ କଲେ । ୨୦୧୯ରେ ଜଣେ ପୁରାତନ ବନ୍ଧୁ ସାଜିଦଙ୍କୁ ଦେଖି ତାଙ୍କୁ ଚିହ୍ନି ପାରିଥିଲେ । ସାଜିଦଙ୍କ ଅବସ୍ଥା ତାଙ୍କୁ ଗଭୀର ଦୁଃଖ ଦେବା ସହିତ ସେ ତାଙ୍କୁ ପାଷ୍ଟର କେ ଏମ ଫିଲିପଙ୍କ ଦ୍ୱାରା ପରିଚାଳିତ ଏକ ଆଶ୍ରୟ ଗୃହକୁ ଆଣିଥିଲେ । ସେତେବେଳକୁ ସାଜିଦଙ୍କ ମାନସିକ ଅବସ୍ଥା ଠିକ ନଥିଲା । ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ସାଜିଦ ନିଜ ପରିବାର ସମ୍ପର୍କରେ ଉକ୍ତ ଆଶ୍ରୟ ଗୃହ କର୍ତ୍ତୃପକ୍ଷଙ୍କୁ କିଛି କହିନଥିଲେ । ତେବେ କିଛି ସପ୍ତାହ ତଳେ ସାମାଜିକ କର୍ମୀ କେରଳ ଗସ୍ତକରି କୋଟ୍ଟାୟାମର ଏକ ମସଜିଦରେ ସାଜିଦଙ୍କ ସମ୍ପର୍କରେ ପଚରା ଉଚରା କରିବା ସହିତ ସାଜିଦଙ୍କ ସହିତ ଭିଡିଓ କଲ୍‍ କରିଥିଲେ । ସେତେବେଳେ ମସଜିଦରେ ସାଜିଦଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ୪୫ ବର୍ଷ ପରେ ସାଜିଦ ଓ ତାଙ୍କ ପରିବାର ଲୋକ ଉଭୟଙ୍କୁ ଦେଖି ଚିହ୍ନିବା ପରେ ସାଜିଦ ଘରକୁ ଫେରିବାକୁ ବ୍ୟାକୁଳ ହୋଇଉଠିଥିଲେ । ଶେଷରେ ପାଷ୍ଟର ଫିଲିପଙ୍କ ଉଦ୍ୟମରେ ତାଙ୍କୁ କେରଳସ୍ଥିତ ନିଜ ଘରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଥିଲା ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories