www.samajalive.in
Saturday, December 6, 2025
15.1 C
Bhubaneswar

ସ୍କୁଲ ମିଶ୍ରଣ ପ୍ରସଙ୍ଗ, ଏପ୍ରିଲ ୧୩ ସୁଦ୍ଧା ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ ନେଇ ଗତ କିଛି ମାସ ହେବ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଜି ହାଇକୋର୍ଟ ଏଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଛନ୍ତି। ରାଜ୍ୟ ସରକାର ଏ ସମ୍ପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ ଅର୍ଥାତ ଏପ୍ରିଲ ୧୩ ତାରିଖ ସୁଦ୍ଧା ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସରକାର କଣ ନିଷ୍ପତି ନେବେ ସେ ସମ୍ପର୍କରେ କୋର୍ଟ କିଛି କହିନାହାନ୍ତି।

୧୫ ଦିନ ମଧ୍ୟରେ ଯେଉଁ  ସରକାରୀ ନିଷ୍ପତି ହେବ, ସେଥିରେ ଯଦି ଆବେଦନକାରୀ ସନ୍ତୁଷ୍ଟ ନ ହେବେ, ସେ ପୁନଃ କୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି ମଧ୍ୟ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ ଯଦି କୌଣସି ସରକାରୀ ସ୍କୁଲରେ ୨୦ରୁ କମ ସଂଖ୍ୟକ ଛାତ୍ର ଛାତ୍ରୀ ଥାଆନ୍ତି, ତେବେ ସେହି ସ୍କୁଲକୁ ବନ୍ଦ କରିଦେବା ସହ ନିକଟସ୍ଥ ସ୍କୁଲ୍ ସହ ଉକ୍ତ ସ୍କୁଲକୁ ମିଶାଇ ଦିଆଯିବ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟ ଅଭିଭାବକ ମହାସଂଘ ତରଫରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories