QNETIC – Mobile

କଳାହାଣ୍ଡିରେ ଉପରମୁହାଁ କରୋନା ଗ୍ରାଫ୍‌

ପ୍ରଗତୀ ସାଇନ୍ସ କଲେଜ ସିଲ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ଦୁଇ ସପ୍ତାହ ହେଲା କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।ସୋମବାର ଦିନ କଳାହାଣ୍ଡି ଜିଲ୍ଲାରେ ୫୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାତିରେ ଆଉ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଭବାନୀପାଟଣାର ପ୍ରଗତୀ ସାଇନ୍ସ କଲେଜର ୩୮ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଫଳରେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ପ୍ରତିଷେଧକ ବ୍ୟବସ୍ଥାକୁ ଆଖି ଆଗରେ ରଖି ଜିଲ୍ଲାପାଳ ଗାଭିଲ ପରାଗ ହର୍ଷଦ ପ୍ରଗତୀ କଲେଜକୁ ସିଲ କରିବା ସହିତ କେଣ୍ଟନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି। ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଛି ।

Comments are closed.