www.samajalive.in
Friday, December 5, 2025
20.1 C
Bhubaneswar

କନ୍ଧମାଳ ପୁଲିସର ମାଓ ବିରୋଧୀ ଅପରେସନ: ବ୍ୟାଟେରୀ, ତାର ସମେତ ଅନେକ ସାମଗ୍ରୀ ଜବତ

କନ୍ଧମାଳ: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ରାଇଘର ଗ୍ରାମ ନିକଟରେ ରବିବାର ସନ୍ଧ୍ୟାରେ ଏସଓଜି ଓ ଡିଭିଏଫର ମିଳିତ ଉଦ୍ୟମରେ ଏକ ମାଓ ବିରୋଧୀ ଅପରେସନ କରାଯାଇଥିଲା। ଏହି ସମୟରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ମାଓବାଦୀମାନେ ଚମ୍ପଟ୍‍ ମାରିଥିବା ବେଳେ ସେଠାରୁ ଏକ ବ୍ୟାଟେରୀ, ତାର, ଟିଫିନ୍‍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ, ପୁଲିସ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓବାଦୀମାନେ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ। ଏହାପରେ ପୁଲିସ ଟିମ୍‍ ନିଜକୁ ସୁରକ୍ଷିତ କରି ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଥିଲା। ଏହାପରେ ଗୁଳି ଚାଳନା ବନ୍ଦ ନ ହେବାରୁ ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ତେବେ ଘଞ୍ଚ ଜଙ୍ଗଲର ଲାଭ ଉଠାଇ ମାଓବାଦୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଛି।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories