www.samajalive.in
Saturday, December 6, 2025
23.1 C
Bhubaneswar

ଛାତ୍ରଛାତ୍ରୀ ଶିଖିବେ ଉପଗ୍ରହ ଡାଟା ପରିଚାଳନା: ସହଯୋଗ କରିବ ସ୍ପେଶ୍‍ କମ୍ପାନୀ ଏଣ୍ଡ୍ୟୁରୋସାଟ୍‍

ବେଙ୍ଗାଲୁରୁ: ଛାତ୍ରଛାତ୍ରୀ ଏଣିକି ପିଲାଦିନୁ ମହାକାଶରେ ଘୁରି ବୁଲୁଥିବା ଏକ ଉପଗ୍ରହକୁ କମାଣ୍ଡ ପଠାଇପାରିବେ ଏବଂ ଉପଗ୍ରହର ଡାଟା ପର୍ଯ୍ୟନ୍ତ ପହଞ୍ଚିପାରିବେ। ସେମାନଙ୍କ ପାଇଁ ଏଭଳି ଏକ ସୁବିଧା ଆଣିଦେଉଛି ଅଗ୍ରଣୀ ଏଡ୍‍ଟେକ କମ୍ପାନୀ ହ୍ୱାଇଟହ୍ୟାଟ୍‍ ଜୁନିୟର ଏବଂ ଏଥିରେ ସହଯୋଗ କରୁଛି ଅଗ୍ରଣୀ ସ୍ପେଶ୍‍ କମ୍ପାନୀ ଏଣ୍ଡ୍ୟୁରୋସାଟ୍‍। ସେମାନଙ୍କ ମଧ୍ୟରେ ହୋଇଥିବା ଏକ ଚୁକ୍ତି ମୁତାବକ ୨୦୨୧ ଡିସେମ୍ବରରେ ଏକ ଉପଗ୍ରହ ଉତ୍‍କ୍ଷେପଣ କରାଯିବ, ଯେଉଁଥିରେ ପେ’ଲୋଡ କେବଳ ହ୍ୱାଇଟହ୍ୟାଟ୍‍ ପାଇଁ ଉତ୍ସର୍ଗୀକୃତ ରହିବ ଏବଂ ଏହା ଛାତ୍ରଛାତ୍ରୀଙ୍କୁ ମହାକାଶ ସଂପର୍କିତ ଶିକ୍ଷା ଆହରଣ ସୁଯୋଗ ପ୍ରଦାନ କରିବ। ଏଥିସହିତ ଛାତ୍ରଛାତ୍ରୀ ୨୦୨୧ ଜୁନ୍‍ ମାସରେ ଉତ୍‍କ୍ଷେପଣ ହେବାକୁ ଥିବା ଅନ୍ୟଏକ ଉପଗ୍ରହ ସହିତ ପରୀକ୍ଷାମୂଳକ ଭିତ୍ତିରେ ସଂପର୍କ ସ୍ଥାପନ କରିବେ। ଉଭୟ ଉପଗ୍ରହ ସ୍ପେଶ୍‍ଏକ୍ସ ଫାଲ୍‍କନ ୯ ରାଇଡସେୟାର୍‍ରୁ ଲାଭ ଉଠାଇବ।
ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ତାକର୍ଷକ ପ୍ରୟୋଗାତ୍ମକ ବିଜ୍ଞାନ ସୁଯୋଗ ସୃଷ୍ଟିକରିବ, ଯେଉଁମାନେ ମହାକାଶରେ କାର୍ଯ୍ୟକରୁଥିବା ଏକ ଉପଗ୍ରହକୁ ନିର୍ଦ୍ଦେଶ ପଠାଇବା ଏବଂ ତାହାର ଡାଟା ପର୍ଯ୍ୟନ୍ତ ପହଞ୍ଚିବାକୁ ସମର୍ଥ ହୋଇପାରିବେ। ସେନ୍‍ସର ଡାଟା ବିଶ୍ଳେଷଣ (ପ୍ରତ୍ୟେକ ଉପଗ୍ରହରେ ୩୦ରୁ ଅଧିକ ସେନ୍‍ସର ଖଞ୍ଜାଯାଇଛି, ଯେଉଁଥିରେ ଇନ୍‍ଫ୍ରାରେଡ, ତାପମାତ୍ରା, ସନ୍‍ ସେନସର, ଜାଇରୋସ୍କୋପ ଆଦି ରହିଛି) ଠାରୁ କ୍ୟାମେରାଗୁଡିକ ନିୟନ୍ତ୍ରଣ କରିବା (ବିଭିନ୍ନ ମହାକାଶ ପଦାର୍ଥର ଚିତ୍ର ଉତ୍ତୋଳନ କରିବା), ଉପଗ୍ରହରୁ ବାର୍ତ୍ତା ପାଇବା ଏବଂ ଉପଗ୍ରହକୁ ବାର୍ତ୍ତା ପ୍ରେରଣ କରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅସୀମିତ ଏବଂ ଅତ୍ୟନ୍ତ ଉନ୍ନତ ଶିକ୍ଷା ଆହରଣ ସୁଯୋଗ ପାଇବେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories