www.samajalive.in
Monday, December 15, 2025
14.1 C
Bhubaneswar

ଭାରତରେ ଆକସ୍ମିକ ନିଯୁକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ

ନୂଆଦିଲ୍ଲୀ: ଆଇଟି କ୍ଷେତ୍ରରେ ଥିବା ନିଯୁକ୍ତି ଆଶାୟୀଙ୍କ ପାଇଁ ଭଲ ଖବର। ଆଇଟି ନିଯୁକ୍ତି ବଜାରରେ ସୁଧାର ଆଶା ଦେଖାଇଛି। ଡିଟିଏଲ୍‌ ସିଇଓ ଶିବ ପ୍ରସାଦ ନନ୍ଦୁରୀ କହିଛନ୍ତି ଯେ ଦେଶରେ ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ଅଭିବୃଦ୍ଧି ଦ୍ୱାରା ଭାରତରେ ଆକସ୍ମିକ ନିଯୁକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ପୂର୍ବାନୁମାନ କରିଛନ୍ତି। ବଜାରରେ ପ୍ରାୟ ୫ ନିୟୁତ ଆଇଟି ଚାକିରି ଅଛି। ଆକସ୍ମିକ ନିଯୁକ୍ତିରେ ଏକ ଉଲ୍ଲେଖନୀୟ ବୃଦ୍ଧି, ଚଳିତ ବର୍ଷ ୪ରୁ ୭%କୁ ବୃଦ୍ଧି ହେବାର ଆଶା କରାଯାଉଛି।

ଗତ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଏହା ୩୩% ବୃଦ୍ଧି ପାଇଥିବା ବେଳେ ଫେବୃଆରୀରେ ୧,୨୪,୦୦୦ ନିଯୁକ୍ତି ସହ ଏହା ୫୦%ରେ ପହଞ୍ଚିଥିଲା। ନିଯୁକ୍ତି କ୍ଷେତ୍ରରେ ଏହି ଉତ୍ସାହ ଫଳରେ ଭବିଷ୍ୟତର ନିଯୁକ୍ତି ଚାହିଦା ବଢ଼ିବା ନେଇ ଆଶା କରାଯାଉଛି। ତେବେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର ରିପୋର୍ଟ ଅନୁଯାୟୀ ଚଳିତ ବର୍ଷର ଦ୍ବିତୀୟାର୍ଦ୍ଧରେ ନିଯୁକ୍ତି କ୍ଷେତ୍ରରେ ୭-୮ ପ୍ରତିଶତ ବୃଦ୍ଧି ନେଇ ପୂର୍ବାନୁମାନ କରାଯାଇଛି। ତେବେ ନିକଟରେ ପ୍ରକାଶ ପାଇଥିବା ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆଇଟି କ୍ଷେତ୍ର ୬୦-୭୦% ନିମ୍ନଗାମୀ ହେବା ଆଶା କରାଯାଉଛି।

- Advertisement -

ଫଳରେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ୭୦ରୁ ୮୦ ହଜାର ନୂଆ ଆଇଟି ଇଞ୍ଜିନିୟର ନିଯୁକ୍ତି ପାଇବେ, ଯାହା ଗତ ଦୁଇ ଦଶନ୍ଧିର ସର୍ବନିମ୍ନ। ତେବେ ବର୍ଷର ଦ୍ବିତୀୟାର୍ଦ୍ଧରେ ନିଯୁକ୍ତି ସୁଯୋଗ ବଢ଼ିବା ନେଇ ପୂର୍ବାନୁମାନ କରାଯାଉଛି। ୨୦୨୪ର ଦ୍ବିତୀୟାର୍ଦ୍ଧରେ ନିଯୁକ୍ତି ସୁଯୋଗ ୮.୨% ବଢ଼ିବା ନେଇ ବେଙ୍ଗାଲୁରୁସ୍ଥିତ ଏକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା କହିଛି।

ସାଇବର ସୁରକ୍ଷା, ରୋବୋଟିକ୍‌ ପ୍ରୋସେସ୍‌ ଅଟୋମେସନ, କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଉଥିବାରୁ ଭବିଷ୍ୟତରେ ଆଇଟି କ୍ଷେତ୍ରରେ ଏକ ବଢ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ମଧ୍ୟ ଓ ବରିଷ୍ଠ ବର୍ଗରେ ନିଯୁକ୍ତି ସୁଯୋଗ ୬୦% ବଢ଼ିଥିବା ବେଳେ ନୂଆ ନିଯୁକ୍ତି କ୍ଷେତ୍ରରେ ୩୦% ବୃଦ୍ଧି ପରିଲକ୍ଷିତ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories