www.samajalive.in
Sunday, December 14, 2025
19.1 C
Bhubaneswar

୨୦୪୭ ସୁଦ୍ଧା ଭାରତ ଅର୍ଥନୀତିରେ ୮% ଅଭିବୃଦ୍ଧି ଲକ୍ଷ୍ୟ

ନୂଆଦିଲ୍ଲୀ: ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଲାଗୁ ହୋଇଥିବା ଭଲ ନୀତିକୁ ଦୁଇଗୁଣା କରିବା ସହ ନୀତି ସୁଧାର ଶୀଘ୍ର କରାଇପାରିଲେ ୨୦୪୭ ସୁଦ୍ଧା ଦେଶର ଅର୍ଥନୀତିରେ ୮% ଅଭିବୃଦ୍ଧି ହୋଇପାରିବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ରେ କାର୍ଯ୍ୟରତ ଭାରତର କାର୍ଯ୍ୟକାରୀ ନିର୍ଦେଶକ କ୍ରୀଷ୍ଣମୂର୍ତ୍ତି ଭେଙ୍କଟ ସୁବ୍ରମଣ୍ୟମ କହିଛନ୍ତି। ଭାରତ ଅର୍ଥନୀତିରେ ପୂର୍ବରୁ କେବେ ବି ୮% ଅଭିବୃଦ୍ଧି ହୋଇ ନ ଥିବା ବେଳେ ୨୦୪୭ ସୁଦ୍ଧା ୮% ଅଭିବୃଦ୍ଧି ଲକ୍ଷ୍ୟ ଆମର ଉଚ୍ଚାଭିଳାଷ। ତେବେ ଏହି ଲକ୍ଷ୍ୟକୁ ଛୁଇଁବା ସମ୍ଭବପର ବୋଲି ସେ କହିଛନ୍ତି।

ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଲାଗୁ ହୋଇଥିବା ନୀତି ଫଳରେ ଅର୍ଥନୀତିରେ ଅନେକ ସୁଧାର ଆସିଛି। ତେଣୁ ଏହି ଭଲ ନୀତିଗୁଡ଼ିକୁ ଦୁଇଗୁଣା କରିବା ସହ ନୀତି ସୁଧାରକୁ ତ୍ବରାନ୍ବିତ କରିପାରିଲେ ୨୦୪୭ ସୁଦ୍ଧା ଅର୍ଥନୀତିରେ ୮% ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିହେବ। ଯତି ଏହି ଲକ୍ଷ୍ୟ ହାସଲ ହୁଏ ତେବେ ଭାରତର ଅର୍ଥନୀତି ୫୫ ଲକ୍ଷ କୋଟି ଡଲାର ଛୁଇଁବ।

- Advertisement -

​‌ଶ୍ରୀ ସୁବ୍ରମଣ୍ୟମ ଆହୁରି କହିଛନ୍ତି ଯେ ୧୯୯୧ ଠାରୁ ଭାରତର ଅର୍ଥନୀତି ଅଭିବୃଦ୍ଧି ହାରାହାରି ୭%ରୁ ଅଧିକ ରହୁଛି। ଭାରତ ନିଜର ଘରୋଇ ଅର୍ଥ ବ୍ୟବସ୍ଥାକୁ ମଝବୁତ୍‌ କରିବା ଆବଶ୍ୟକ। କାରଣ ଜିଡିପିର ୫୮ ପ୍ରତିଶତ ଘରୋଇ ବ୍ୟବହାରରୁ ଆସିଥାଏ। ତେଣୁ ନିର୍ମାଣ କ୍ଷେତ୍ରରେ ଉତ୍ସାହ ସୃଷ୍ଟି ସହ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ଋଣ ଦେଇପାରିଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଘରୋଇ ବ୍ୟବହାର ବଢ଼ିବ ବୋଲି ଶ୍ରୀ ସୁବ୍ରମଣ୍ୟମ କହିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories