www.samajalive.in
Monday, December 15, 2025
16.1 C
Bhubaneswar

ଗଞ୍ଜାମ ଜିଲାପାଳଙ୍କ ଘୋଷଣା, ବାଲ୍ୟ ବିବାହ ହେଲେ ଦାୟୀ ରହିବେ ପୁରୋହିତ

ଛତ୍ରପୁର: ଜୁଲାଇ ମାସ ଶେଷ ସୁଦ୍ଧା ଗଂଜାମ ଜିଲା କିଭଳି ବାଲ୍ୟ ବିବାହ ମୁକ୍ତ ଜିଲା ହେବ ତାହା ଉପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ବାରୋପ କରିଛନ୍ତି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ନିର୍ଭୟ କଢି ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା। ବାଲ୍ୟ ବିବାହ ନେଇ ଜିଲାରେ ୧୪ ସମ୍ବେଦନଶୀଳ ଅଂଚଳ ଚିହ୍ନଟ ହୋଇଛି। ଏହା ଉପରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ପଡିବ ବୋଲି ବୋଲି ଜିଲାପାଳ କହିଥିଲେ। ବାଲ୍ୟ ବିବାହ ସମ୍ପର୍କରେ ୧୦ଟି ଏତଲା ଥାନାରେ ଦିଆଯାଇଥିବା ବେଳେ ୧୧ ମାମଲା ସିଡବ୍ଲ୍ୟୁସିକୁ ହସ୍ତାନ୍ତର ହୋଇଛି। ଗ୍ରାମାଞ୍ଚଳରେ ଅଧିକ ବାଲ୍ୟ ବିବାହ ହେଉଥିବା ବେଳେ ସ୍ଥାନୀୟ ସ୍କୁଲର ଶିକ୍ଷକ ଓ ଅଙ୍ଗନୱାଡି କର୍ମୀ ଏହା କିଭଳି ଜାଣିପାରୁନାହାନ୍ତି ସେ ନେଇ ଜିଲାପାଳ ପ୍ରଶ୍ନ କରିଥିଲେ।

ଆଗାମୀ ଦିନରେ ଯେଉଁ ଅଞ୍ଚଳରେ ବାଲ୍ୟବିବାହ ହେବ ସେଥିପାଇଁ ଶିକ୍ଷକମାନେ ଦାୟୀ ରହିବେ ବୋଲି ଜିଲାପାଳ କହିଥିଲେ। ଯେଉଁ ସ୍ଥାନରେ ବାଲ୍ୟ ବିବାହ ହେଉଥିବା ଜଣାପଡିବ ସେଥିରେ ନିୟୋଜିତ ପଣ୍ଡିତ କିମ୍ବା ବ୍ରାହ୍ମଣ(ପୁରୋହିତ) ନାମରେ ସ୍ଥାନୀୟ ଥାନାରେ ଏତଲା ଦିଆଯିବ। ଯେଉଁ ଅଂଚଳରେ କୈାଣସି ବିବାହ କାର୍ୟ୍ୟ ହେଉଥିବ ସେଠାର ଉଭୟ ବର ଓ କନ୍ୟାର ଆଧାର କାର୍ଡ ଯାଞ୍ଚ କରାଯିବ। ଜିଲାରେ ଯେକୈାଣସି ସ୍ଥାନରେ ବାଲ୍ୟ ବିବାହ ହେଉଥିବା ନେଇ ଖବର ଦେଲେ ଉକ୍ତ ବ୍ୟକ୍ତିକୁ ୫ ହଜାର ଟଙ୍କା ପୁରସ୍କାର ମିଳିବ। ୨୦୧୭ ରେ ୨୪ ଟି ବାଲ୍ୟ ବିବାହ ରୋକାଯାଇଥିବା ବେଳେ ୨୦୧୮ ରେ ୨୨ ଟି , ୨୦୧୯ ରେ ୪୫ ଟି ଓ ୨୦୨୦ ରେ ୨୨୮ ଟି ବାଲ୍ୟ ବିବାହ ରୋକାଯାଇଛି। ସୋରଡା ବ୍ଲକରେ ସର୍ବାଧିକ ୪୮ ଟି ବାଲ୍ୟ ବିବାହ ରୋକାଯାଇଛି। ଫେବୃୟାରୀ ୧୪ ତାରିଖ ଭେଲେନଟାଇନ୍‍ ଡେଦିନ ଜିଲାର ସମସ୍ତ ୫୦୩ ପଂଚାୟତରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ କରାଯାଇ ନବଜାତ କନ୍ୟା ଶିଶୁ ମାନଙ୍କ ମା’ ମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ନବ ବିବାହିତା ଦମ୍ପତିଙ୍କୁ ଡାକି ପ୍ରତିଜ୍ଞା ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories