www.samajalive.in
Tuesday, December 9, 2025
16.1 C
Bhubaneswar

ଚୌଦ୍ୱାର ଓପିଟିସିଏଲ ଗ୍ରୀଡ ସବ୍‌ଷ୍ଟେସନରେ ନିଆଁ

ଚୌଦ୍ୱାର: ଚୌଦ୍ୱାର ସ୍ଥିତ ଓପିଟିସିଏଲର ଗ୍ରୀଡ ସବ୍‌ଷ୍ଟେସନରେ ଭୟାବହ ଅଭଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ସବ୍‌ଷ୍ଟେସନ ଭିତରେ ଏକ ଭୟଙ୍କର ଶବ୍ଦ ହୋଇ ବିଦ୍ୟୁତ୍ ସେବା ବନ୍ଦ ହୋଇଯିବା ସହିତ ସମଗ୍ର ଚୌଦ୍ୱାର ଅଞ୍ଚଳ ଅନ୍ଧକାରମୟ ହୋଇ ଯାଇଥିଲା। ସବ୍‌ଷ୍ଟେସନ ପରିସରରେ ନିଆାଁ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ନିଆଁ ଲାଗିବାର କାରଣ ଜଣାପଡିନଥିଲେ ହେଁ ଏକ ଟ୍ରାନ୍ସଫରମର ଫାଟି ତାହାର ତେଲ ଚାରିଆଡେ ବିଛାଡି ହୋଇ ପଡିବା ଫଳରେ ନିଆଁ ଲାଗିଥିବା ଜନୈକ ବିଦ୍ୟୁତ୍ କର୍ମଚାରୀଙ୍କ ସୁତ୍ରରୁ ପ୍ରକାଶ।

ପ୍ରାୟ ୧ଘଣ୍ଟା କାଳ ପରିଶ୍ରମ କରି ସବ୍‌ଷ୍ଟେସନ କର୍ମଚାରୀମାନେ ରାତି ୮ଟା ସୁଦ୍ଧା  ନିଆାଁକୁ ଆୟତ୍ତ କରିଥିବା ବେଳେ ଏକ ବଡ ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories