www.samajalive.in
Wednesday, December 10, 2025
17.1 C
Bhubaneswar

ଆଜି ରୁକୁଣା ରଥଯାତ୍ରା, ଅପରାହ୍ନ ସାଢ଼େ ୩ଟାରୁ ରଥଟଣା

ସମାଜ ଡିଜିଟାଲ ଡେସ୍କ: ଆଜି ପବିତ୍ର ଅଶୋକାଷ୍ଟମୀ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ସେଇଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଏକାମ୍ରକ୍ଷେତ୍ର। ମହାପ୍ରଭୁଙ୍କ ନୀତିନିର୍ଘଣ୍ଟ ଅନୁସାରେ ଅପରାହ୍ନ ସାଢ଼େ ୩ଟାରୁ ଆରମ୍ଭ ହେବ ରଥଟଣା। ମାଉସୀମା’ ଘରକୁ ଯିବେ ଶ୍ରୀଲିଙ୍ଗରାଜ। ସେଠାରେ ୪ ଦିନ ରହିବା ପରେ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।

ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥ ଟଣା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ନୀତି ନିର୍ଘଣ୍ଟ ଅନୁସାରେ, ଭୋର ୫ଟାରୁ ୫ଟା ୩୦ ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ହେବ। ଭୋର ସାଢ଼େ ୫ଟାରୁ ସକାଳ ୬ଟା ୩୦ ମଧ୍ୟରେ ସାହାଣମେଲା ଦର୍ଶନ, ରୋଷ ହୋମ ଓ ପାକ କାର୍ଯ୍ୟ ସମ୍ପନ୍ନ ହେବ। ସାଢ଼େ ୬ରୁ ୭ଟା ମଧ୍ୟରେ ଛାମୁ ପରିଷ୍କାର କରାଯିବ। ସେହିପରି ମହାପ୍ରଭୁଙ୍କ ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ସକାଳ ୭ଟାରୁ ୮ଟା ମଧ୍ୟରେ ହେବ। ଶ୍ରୀଜୀଉଙ୍କ ସକାଳ ଧୂପ ସକାଳ ୮ଟାରୁ ୯ଟା ୧୫ ମଧ୍ୟରେ କରାଯିବ। ଯାତ୍ରାପୂଜା ମଧ୍ୟାହ୍ନରୁ ଅପରାହ୍ନ ୧୨ଟା ୩୦ ମଧ୍ୟରେ କରାଯିବ। ଶ୍ରୀଜୀଉଙ୍କ ପହଣ୍ଡି ଓ ରଥାରୂଢ଼ ଅପରାହ୍ନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ହେବ। ଅପରାହ୍ନ ସାଢ଼େ ୧ଟାରୁ ୩ଟା ୩୦ ମଧ୍ୟରେ ରଥରେ ପୂଜା କାର୍ଯ୍ୟ ସରିବା ପରେ ରଥଟଣା ଆରମ୍ଭ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories