www.samajalive.in
Sunday, December 7, 2025
14.1 C
Bhubaneswar

ପୁଅର କାଠ ଫାଳିଆ ମାଡ଼ରେ ବାପା, ମା’ ଗୁରୁତର

କେଶଦୁରାପାଳ : ଘରେ ଅଲଗା ହେବାକୁ କେନ୍ଦ୍ର କରି ପୁଅର କାଠ ଫାଳିଆ ମାଡ଼ରେ ବାପା, ମା’ ଗୁରୁତର  ହୋଇଥିବା ଜଣାପଡ଼ିଛି ।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଘସିପୁର ଆନା ଅନ୍ତର୍ଗତ ବୈଠାଜଳା ଗ୍ରାମରେ ।
ସୂଚନାରୁ ପ୍ରକାଶ, ଆଜି ସନ୍ଧ୍ୟା ଆଠଟା ସମୟରେ ରାମ ଟୁତୁଙ୍କ ପୁଅ ଶ୍ୟାମ ଟୁତୁ ପରିବାରରୁ ଅଲଗା ହେବା ପାଇଁ ବାରମ୍ବାର କହୁଥିଲା ଅନ୍ୟ ଭାଇମାନେ ବିବାହ ପରେ ଅଲଗା ହେବା ପାଇଁ ବାପା ରାମ ଟୁତୁ ଓ ମା ଲକ୍ଷ୍ମି ଟୁତୁ କହୁଥିବା ବେଳେ ଏହାକୁ ନେଇ ବାପା, ମା’ ଓ ପୁଅ ଶ୍ୟାମଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ପୁଅ ଶ୍ୟାମ ରାଗରେ ଉତକ୍ଷିପ୍ତ ହୋଇ ଏକ କାଠ ଫାଳିଆରେ  ବାପା, ମା’ଙ୍କୁ ମାଡ଼ ମାରିଥିଲା।  ଏଥିରେ ବାପା ରାମ ଟୁତୁ ଓ ମା ଲକ୍ଷ୍ମି ଟୁତୁଙ୍କର ଗୋଡ଼ ଓ ମା’ର ବାମ ହାତ ଭାଙ୍ଗି ଯାଇଥିଲା। ପରିବାର ଲୋକଙ୍କ ସହଯୋଗରେ ରାମ ଟୁତୁ ଓ ମା’ ଲକ୍ଷ୍ମି ଟୁତୁଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ପୁଅର ଏପରି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ  ଏ ପର୍ଯ୍ୟନ୍ତ ଏନେଇ ଘସିପୁରା ଥାନାରେ କେସ୍ ରୁଜୁ ହୋଇନଥିବା ଜଣାପଡ଼ିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories