ଜଗତସିଂହପୁର: ପାରାଦୀପରେ ଅଟକିଲା ଚୀନରୁ ଆସିଥିବା ଜାହାଜ । ଏମଭିଜେଏଚଇଏଚଏଆଇ ୫୦୫ ନାମକ ଚୀନ ଜାହାଜ ଏକ କମ୍ପାନୀର ପ୍ରାୟ କୋଟିଏ ଟଙ୍କା ବକେୟା ନଦେବାରୁ ଜାହାଜକୁ ଅଟକ ରଖାଯାଇଛି। ବକେୟା ନଦେବାରୁ ହାଇକୋର୍ଟ ଙ୍କ ଦ୍ଵାରସ୍ଥ ହୋଇଥିଲେ କମ୍ପାନୀ ମାଲିକ। ହାଇକୋର୍ଟଙ୍କ ନିର୍ଦେଶ ପରେ ଜାହାଜକୁ ଅଟକ ରଖିଛନ୍ତି କୁଜଙ୍ଗ ସବ୍ ଜଜ୍। ଜାହାଜଟି ଜର୍ଜିଆରୁ ଆମେନିୟମ ନାଇଟ୍ରେଟ୍ ନେଇ ପାରାଦୀପ ଆସିଥିଲା। କୋର୍ଟଙ୍କ ନିର୍ଦେଶ ନମିଳିବା ପର୍ଯ୍ୟନ୍ତ ଜାହାଜଟି ବନ୍ଦରରେ ଅଟକି ରହିବ।
Popular Categories



