www.samajalive.in
Saturday, December 6, 2025
15.1 C
Bhubaneswar

ମୌଳିକ ସମସ୍ୟା ଦୂର କରିବା ପାଇଁ ବିଧାୟକଙ୍କ ଜରିଆରେ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ଦୀର୍ଘବର୍ଷ ଧରି ରହି ଆସିଥିବା ସମସ୍ୟା ପ୍ରତି ପ୍ରାଥମିକତା ଦେଇ ଖଜୁରୀପଡା ଭାରତୀୟ ଜନତାପାର୍ଟି ତରଫରୁ ଫୁଲବାଣୀ ବିଧାୟକ ଉମାଚରଣ ମଲିକଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ପ୍ରମୁଖ ଦାବି ଭାବେ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର, ମେଡିକାଲର ବିଭିନ୍ନ ସମସ୍ୟା, ଖଜୁରୀପଡା ଠାରେ କ୍ରୀଡା କ୍ଷେତ୍ରରେ ବିକାଶ ଏବଂ ବିଭିନ୍ନ ଅନୁଷ୍ଠାନିକ କାର୍ଯ୍ୟକ୍ରମ ପାଇଁ ମିନି ଷ୍ଟାଡିୟମ ନିର୍ମାଣ, ଫୁଲବାଣୀ ଠାରୁ ବ୍ରହ୍ମପୁର ବସ ସେବା ଏବଂ ବିଭିନ୍ନ ଅଞ୍ଚଳରେ ରହିଥିବା ଗମନାଗମନ ସମସ୍ୟା ଦୂର କରିବା ପାଇଁ ଜଣାଇଛନ୍ତି । ଏହାସହିତ ସେତୁ ନିର୍ମାଣ ସହ ଦଳପଡା ଗ୍ରାମ ପଞ୍ଚାୟତ କାଳୀପଦର ଠାରୁ ଚକାପାଦ ବ୍ଲକ ନାଣୀଗୁଣ୍ଡା ପର୍ଯ୍ୟନ୍ତ ଉଭୟ ବ୍ଲକର ସଂଯୋଗୀକରଣ ଭଳି ସାମୁହିକ ସମସ୍ୟା ସମାଧାନ ପାଇଁ ଦାବି ପତ୍ରରେ ଅବଗତ କରାଇଛନ୍ତି । ବିଧାନସଭା ଅଧିବେଶନ ସରିବାପରେ ଆସିଥିବା ସମସ୍ତ ଅଭିଯୋଗ ସମାଧାନ ପାଇଁ ନିଶ୍ଚିତ ଉଦ୍ୟମ କରିବି ବୋଲି ବିଧାୟକ କହିଛନ୍ତି । ଖଜୁରୀପଡା ବ୍ଲକର କିଛି ପ୍ରମୁଖ ସମସ୍ୟା ସମାଧାନ ପାଇଁ ଜିଲ୍ଲା ବିଜେପି ସମ୍ପାଦକ ମନୋଜ କୁମାର ପଣ୍ଡା, ପୂର୍ବତ୍ତନ ଅନୁସୂଚିତ ଜାତି ଜିଲ୍ଲା ସଭାପତି ଅନନ୍ତ କୁମାର ଦିଗାଲ, ମଣ୍ଡଳ ସଭାପତି ଦଶରଥ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ କୁମାର କହଁର, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ରାଇ କିଶୋର ପ୍ରଧାନ, ବିଜୟ କୁମାର ସାହୁ ପ୍ରମୁଖ ଭୁବନେଶ୍ୱର ଗସ୍ତ କରି ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories