‘ସେଇ ମାଆଟି ମୋର କେନ୍ଦୁଝର’ ଗୀତକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଶା ରାଜସ୍ୱ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

କେନ୍ଦୁଝର: ଗୋନାସିକା କେନ୍ଦୁଝର ମହୋତ୍ସବର ଉଦ୍‌‌ଘାଟନୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବହୁପ୍ରତୀକ୍ଷିତ କେନ୍ଦୁଝର ଥିମ୍‌‌ ସଙ୍ଗୀତ ଉନ୍ମୋଚିତ ହୋଇଯାଇଛି। ସେଇ ‘ମାଆଟି ମୋର କେନ୍ଦୁଝର ଓ ଆମ ଗର୍ବ ଗୋନାସିକା ମହୋତ୍ସବ’ ଟ୍ୟାଗ୍‌‌ ଲାଇନ୍‌‌ରେ ପ୍ରସ୍ତୁତ ଏହି ଗୀତଟିରେ କେନ୍ଦୁଝରର ଐତିହ୍ୟ, ଚଳଣି, ସଂସ୍କୃତି ଓ ସାଧାରଣ ଜନଜୀବନର ଛାପ ରହିଛି। ଜିଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଗୀତିକାର ସୁବ୍ରତ ସ୍ୱାଇଁଙ୍କ ରଚିତ ଏହି ଗୀତଟିକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏବଂ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅନନ୍ୟା ଶ୍ରୀତମ ନନ୍ଦ।

ଏହି ଗୀତ ଉନ୍ମୋଚନ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲାପାଳ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଡିଏଫଓ ଏଚ.ଡି ଧନରାଜ, ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ ଓ ଜିଲା ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ୩ଦିନିଆ କେନ୍ଦୁଝର ଜିଲା ଗସ୍ତ ଅବସରରେ ଗୁରୁବାର ପୂର୍ବାହ୍ନରେ ସର୍କିଟହାଉସ ଠାରେ ଓଡିଶା ରାଜସ୍ୱ ଅମଲା ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସୌଜନ୍ୟମୂଳକ ଆଲୋଚନା କରିଥିଲେ। କେନ୍ଦୁଝର ଜିଲା ରାଜସ୍ୱ ଅମଲା ସଂଘ ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର, ସମ୍ପାଦକ ପ୍ରଭାତେନ୍ଦୁ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ରଣା, ଉପସଭାପତି ସଚିନ ପଣ୍ଡା, ରାଜ୍ୟ ପରିଷଦ ଉପଦେଷ୍ଟା କୈଳାଶ ଚନ୍ଦ୍ର ମଲ୍ଲିକ, ଭୁବନେଶ୍ୱର ମହାପାତ୍ର, ପିତବାସ ମହନ୍ତ, ସରୋଜ କୁମାର ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାକ୍ଷାତ ସମୟରେ ସଂଘର ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ଜିଲାସ୍ତରୀୟ ରାଜସ୍ୱ ଅମଲାଙ୍କ ପଦବୀ ପୁନର୍ଗଠନ ଏବଂ ଦରମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ସଂଘ ପ୍ରତିନିଧି ଅନୁରୋଧ କରିଥିଲେ।

ଗୋନାସିକା ମହୋତ୍ସବ ଉଦ୍‌‌ଘାଟନୀ ସନ୍ଧ୍ୟାରେ କେନ୍ଦୁଝର ଲେଖିକା ସଂସଦ ପୁସ୍ତକ ଷ୍ଟଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ସଂସଦର ସଭାପତି ବିଜୟାଲକ୍ଷ୍ମୀ ଦୀକ୍ଷିତଙ୍କ ଶିଶୁ କିଶୋର ଉପଯୋଗୀ ପୁସ୍ତକ ‘ବିକଶିତ ଭାରତର ଅମର ବିନ୍ଧାଣି’ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଅବସରରେ ସଂସଦର ସମ୍ପାଦିକା ଇନ୍ଦୁମତୀ ପାତ୍ର, ବୀଣାପାଣି ଜେନା, ସହସମ୍ପାଦିକା ଶୋଭନା ଜେନା, ବିଷ୍ଣୁପ୍ରିୟା ମିଶ୍ର, ରତ୍ନମଞ୍ଜରୀ ରାଉତ, ସୁଭଦ୍ରା ମହାନ୍ତ, ସାଂସ୍କୃତିକ ସମ୍ପାଦିକା ବିଜୟାଲକ୍ଷ୍ମୀ ମହାନ୍ତି, ସୌଦାମିନୀ ଆଚାର୍ଯ୍ୟ, ରିତାଞ୍ଜଳୀ ସାହୁ, ସନ୍ତୋଷିନୀ ଗିରି, ଜ୍ୟୋତ୍ସ୍ନା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.