www.samajalive.in
Sunday, December 14, 2025
19.1 C
Bhubaneswar

କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିପାରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଅବକାରୀ ନୀତି ଅନିୟମିତତା ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜ ପଦରୁ ଇସ୍ତଫା ଦେବାକୁ ମନା କରିଛନ୍ତି। ଅନ୍ୟପଟେ ଜେଲ୍‌ରେ ରହି ନିଜ କାର୍ଯ୍ୟାଳୟ ଚଳାଇବାକୁ କେଜରିୱାଲ ନିଷ୍ପତ୍ତି ନେଇଛନ୍ତି। ନ୍ୟାୟିକ ଦୃଷ୍ଟିକୋଣରୁ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିପାରିବେ ଓ ଜେଲ୍‌ରେ ଥାଇ ନିଜର ମୁଖ୍ୟମନ୍ତ୍ରୀ କାର୍ଯ୍ୟ ତୁଲାଇବା ଲାଗି ଆଇନଗତ ସ୍ବୀକୃତି ରହିଛି। ମାତ୍ର ଜେଲ୍‌ରେ ଥାଇ ମୁଖ୍ୟମନ୍ତ୍ରୀ ଭାବେ ସରକାରୀ ଦାୟିତ୍ବ ନିର୍ବାହ କରିବା ବାସ୍ତବରେ ଆହ୍ବାନପୂର୍ଣ୍ଣ। କାରଣ ଜେଲ୍‌ ପରିସରରେ କଡା ନିୟମକାନୁନ ଅନୁସରଣ କରାଯାଇଥାଏ। ଜଣେ ବିଚାରାଧୀନ ବନ୍ଦୀଙ୍କୁ ସାକ୍ଷାତ କରିବା କ୍ଷେତ୍ରରେ ପ୍ରତିବନ୍ଧକ ରହିଛି। ଅନ୍ୟପଟେ କେଜରିୱାଲ ଗିରଫ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନଥିବାରୁ ଏ କ୍ଷେତ୍ରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନ୍ୟାୟିକ ତର୍ଜମା ଆରମ୍ଭ କରିଛି। ଆଇନ ଦୃଷ୍ଟିରୁ କେନ୍ଦ୍ର ସରକାର କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ନିଲମ୍ବନ କିମ୍ବା ବହିଷ୍କାର କରିପାରିବେ। କାରଣ ଏହା ଏକ ସରକାରୀ ପଦ। ସରକାରୀ ଚାକିରିଆଙ୍କ ଗିରଫ କ୍ଷେତ୍ରରେ ସରକାର ଏହି ପ୍ରକ୍ରିୟା ଅବଲମ୍ବନ କରିଥାନ୍ତି। କୌଣସି ସରକାର ଚାକିରିଆ ଯଦି କୌଣସି ଅଭିଯୋଗରେ ଗିରଫ ହୁଅନ୍ତି ତେବେ ସରକାର ତାଙ୍କୁ ଉକ୍ତ ପଦରୁ ବହିଷ୍କାର କିମ୍ବା ନିଲମ୍ବନ କରିଥାନ୍ତି। ତେବେ କେଜରିୱାଲଙ୍କ କ୍ଷେତ୍ରରେ ଆଇନଗତ ଜଟିଳତା ରହିଛି। କେଜରିୱାଲ ଯେପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି ସେପର୍ଯ୍ୟନ୍ତ ତାଙ୍କୁ ବହିଷ୍କାର କରାଯାଇପାରିବ ନାହିଁ।

ନିର୍ବାଚିତ ସରକାର ଯଦି ନିଜ କାର୍ଯ୍ୟ ସମ୍ପାଦନ କରିବାରେ ବିଫଳ ହୁଅନ୍ତି ତେବେ ସମ୍ବିଧାନର ଧାରା ୨୩୯ଏଏ ଅନୁଯାୟୀ ଉପରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିପାରିବେ । ଏପରି କ୍ଷେତ୍ରରେ ଉପରାଜ୍ୟପାଳ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରିବା ଲାଗି ସୁପାରିସ କରିପାରିବେ । ଅପରପକ୍ଷରେ ଉପରାଜ୍ୟପାଳଙ୍କ ପାଖରେ ଆଉ ଏକ ବିକଳ୍ପ ରହିଛି; ତାହା ହେଉଛି କେଜରିୱାଲଙ୍କୁ ଗୃହବନ୍ଦୀ କରିବା ଲାଗି ଅନୁରୋଧ। ଏକ ସରକାରୀ ଘରକୁ କାରାଗାର ଭାବେ ପରିବର୍ତ୍ତନ କରି କେଜରିୱାଲଙ୍କ ରହିବା ବ୍ୟବସ୍ଥା କରାଯାଇପାରିବ। ଏହି ସରକାରୀ ଘରେ ରହି କେଜରିୱାଲ ନିଜ ମୁଖ୍ୟମନ୍ତ୍ରୀ କାର୍ଯ୍ୟ ତୁଲାଇ ପାରିବେ।  ତେବେ କେଜରିୱାଲଙ୍କ କ୍ଷେତ୍ରରେ ରାଜ୍ୟପାଳ ଏପରି ଅନୁରୋଧ କରିବେ ନାହିଁ। କାରଣ ଦୁଇଜଣଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ନାହିଁ। ଏହା ସହିତ କେଜରିୱାଲ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ବ କରୁଥିବାରୁ ତାଙ୍କ ପାଖରେ ରାଜନୈତିକ ପ୍ରତିବନ୍ଧକ ରହିଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories