www.samajalive.in
Wednesday, December 10, 2025
16.1 C
Bhubaneswar

୧୩ ବର୍ଷ ତଳେ ତାଙ୍କ ମୁଣ୍ଡ ଛୁଇଁଥିବା ପିଲାକୁ ଚିହ୍ନି ପାରିଲେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା

ଡେସ୍କ: ସାଧାରଣରେ ବିଶ୍ୱାସ ଥାଏ ଯେ ବଡ ବଡ ପଦପଦବୀରେ ଥିବା ନେତା, ରାଜନେତାମାନଙ୍କ ପାଇଁ ଅନ୍ୟ କାହାକୁ ମନେ ରଖିବା ଏତେଟା ସହଜ ହୋଇନଥାଏ। ଯଦିଓ ଏହା ସମସ୍ତଙ୍କ କ୍ଷେତ୍ରରେ ଘଟେ ନାହିଁ କିନ୍ତୁ ଏମିତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ବହୁ ବର୍ଷ ପରେ ବି କୌଣସି ଏକ ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇବାର କ୍ଷମତା ରଖିଥାନ୍ତି। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ତାଙ୍କ କାର୍ଯ୍ୟକାଳ ସମୟରେ ୨୦୦୯ ମସିହାର ଏକ ଫଟୋରେ ତାଙ୍କ କେଶକୁ ଛୁଇଁଥିବା ବାଳକ ସହିତ ପୁଣି ଅନଲାଇନରେ ସାକ୍ଷାତ କରିଛନ୍ତି ଓ ତାଙ୍କୁ ଚିହ୍ନି ପାରିଛନ୍ତି ମଧ୍ୟ। ସେ ଦିନର ସେହି କୁନି ପିଲା ଆଜି ଜଣେ ସ୍ନାତକ।


ସେହି କୁନି ପିଲା ଜାକବ ଫିଲାଡେଲଫିଆ ୨୦୦୯ରେ ତାଙ୍କ ପରିବାର ସହିତ ଓଭାଲ ଅଫିସକୁ ଆସିଥିଲେ ଏବଂ ସେତେବେଳର ରାଷ୍ଟ୍ରପତି ବାରାକ ଓବାମାଙ୍କୁ ପଚାରିଥିଲେ ଯେ ତାଙ୍କ କେଶ ଓବାମାଙ୍କ କେଶ ସହ ସମାନ କି? ସେତେବେଳେ ଓବାମା କେବଳ ହସିଦେଇ ସେହି କୁନି ପିଲା ଆଗରେ ମୁଣ୍ଡ ନୁଆଇଁ କହିଥିଲେ, ତୁମେ ନିଜେ ମୋ କେଶକୁ ଛୁଇଁ ଦେଖ ଯେ ଆମ ଦୁହିଁଙ୍କ କେଶ ସମାନ କି।

- Advertisement -

୧୩ ବର୍ଷ ପରେ ଓବାମା ଶୁକ୍ରବାର ଦିନ ଟ୍ୱିଟରରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି ଯେ ଫିଲାଡେଲଫିଆ ସହ ତାଙ୍କର ବାର୍ତ୍ତାଳାପ କିହୋଇଛି। ଓବାମା କହିଛନ୍ତି, ଯୁବକମାନେ, ବିଶେଷକରି ଆଫ୍ରିକୀୟ ଆମେରିକୀୟ ଲୋକ ଓଭାଲ୍ ଅଫିସରେ ସେମାନଙ୍କ ପରି ଦେଖାଯାଉଥିବା ବ୍ୟକ୍ତିଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି।

ସେମାନଙ୍କର ଅନଲାଇନ୍ ସାକ୍ଷାତ ସମୟରେ ଓବାମା ଫିଲାଡେଲଫିଆଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ତାଙ୍କୁ ପିଲାବେଳର ସେହି ସାକ୍ଷାତ ଓ କେଶ ଛୁଇଁବା ପ୍ରସଙ୍ଗ ମନେ ପକାଇଦେଇଥିଲେ। ଏହାପରେ ଫିଲାଡେଲଫିଆ କହିଛନ୍ତି ଯେ, ଏହା ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। କେବଳ ସେତିକି ନୁହେଁ, ଓବାମା କହିଛନ୍ତି ଯେ ମୁଁ ଭାବୁଛି ହ୍ୱାଇଟ ହାଉସ ଗସ୍ତ ଆପଣଙ୍କୁ ଅନେକ ପ୍ରେରଣା ଦେଇଛି।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories