ନବରଙ୍ଗପୁର: ନନ୍ଦାହାଣ୍ଡିିବ୍ଳକର ବି.ମାଳିଗୁଡା ଗ୍ରାମପଞ୍ଚାୟତରେ ସରପଞ୍ଚ ଉପନିର୍ବାଚନରେ ପ୍ରଫୁଲ୍ଲ ଭତରା ବିଜୟୀ ହୋଇଛନ୍ତି। ଶୁକ୍ରବାର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିବାବେଳେ ଆଜି ନନ୍ଦାହାଣ୍ଡିବ୍ଳକ ପରିସରରେ ଭୋଟ ଗଣତି ହୋଇଥିଲା। ଏଥିରେ ପ୍ରଫୁଲ୍ଲ ଭତରା ସରପଞ୍ଚ ଭାବେ ବିଜୟୀ ହୋଇଥିଲେ। ତେବ ବି.ମାଳିଗୁଡ଼ା ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ ଫଳାଫଳ ଆସନ୍ତା ୩୧ତାରିଖରେ ସରକାରୀ ଭାବେ ଘୋଷଣା କରାଯିବ ବୋଲି ଜଣାପଡିଛି। ନବନିର୍ବାଚିତ ସରପଞ୍ଚ ପ୍ରଫୁଲ୍ଲ ଭତରାଙ୍କୁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ବ୍ଳକ ବିଜେଡି ସଭାପତି ତଥା ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ, ସାଂସଦ ପ୍ରତିନିଧି ସୁନୀଲ ସାହୁ, ଜିଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର, ବ୍ଳକ ଅଧ୍ୟକ୍ଷା ରଶ୍ମିତା ମାଝୀ ସମେତ ବ୍ଲକ ଯୁବ ସଭାପତି ପରୁନ୍ଧର ଭତରା, ବ୍ଳକଛାତ୍ର ସଭାପତି ଆଣୀଷ କନ୍ଦପାନ ପ୍ରମୂଖ ସ୍ୱାଗତ କରିଥିଲେ। ଏକ ଶୋଭାଯାତ୍ରାରେ ଡଙ୍ଗରଭେଜା ପରିକ୍ରମା କରିଥିଲେ।
Popular Categories



