www.samajalive.in
Saturday, December 6, 2025
26.1 C
Bhubaneswar

ଠାକୁରମୁଣ୍ଡାରେ ବସଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ ନିମନ୍ତେ ଦାବିପତ୍ର ପ୍ରଦାନ 

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ବ୍ଲକର ଠାକୁରମୁଣ୍ଡା ବଜାର ଠାରେ ସ୍ଥାୟୀ ବସଷ୍ଟାଣ୍ଡ ଓ ଶୌଚାଳୟ ନର୍ମାଣ କରାଯିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସରକାର ଓ ସରକାରୀ କଳ ଏଥିପ୍ରତି କୌଣସି ଗୁରୁତ୍ୱ ଦେଉ ନଥିବାରୁ ସଧାରଣରେ ଘୋର ଅସନ୍ତୋଷ ଦେଖାଦେଇଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାର୍ଚ୍ଚ ୧ ଆନ୍ଦୋଳନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଗତ ୨୦୧୯ ସାଧାରଣ ନିର୍ବାଚନରେ ଏହି ବସଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।
ତେବେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନ ୫-ଟି ସଚୀବ ଥିବାବେଳେ କରଞ୍ଜିଆକୁ ଅଭିଯୋଗ ଶୁଣାଣି ପାଇଁ ଆସିଥିବା ବେଳେ ଠାକୁରମୁଣ୍ଡା ସରପଞ୍ଚଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବସଷ୍ଟାଣ୍ଡ ପାଇଁ ଦାବି ପ୍ରଦାନ କରିଥିଲେ । ଶୀଘ୍ର ବସଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ପାଇଥିଲେ । ଏହି ପ୍ରକଳ୍ପ ପାଇଁ ବ୍ୟୟ ବରାଦ ମଧ୍ୟ କରାଯାଇଛି । ହେଲେ ମଧ୍ୟ ଏହି କାର୍ଯ୍ୟର ଅଗ୍ରଗତି ନ ହେବାରୁ ଠାକୁରମୁଣ୍ଡା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ କର୍ମକର୍ତା ମାନେ ଜିଲ୍ଲାପାଳ କରଞ୍ଜିଆ ଉପଖଣ୍ଡ ଜନ ଅଭିଯୋଗ ଶୁଣାଣି ପାଇଁ ଆସିଥିବା ବେଳେ ଏହି ପ୍ରସଙ୍ଗ ଦୃଷ୍ଟି ଆକର୍ଷଣ କରିବା ସହିତ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ କରାଯିବାପାଇଁ ଦାବି ଜଣାଇଥିଲେ।
ପରେ ଜିଲ୍ଲାପାଳ ଅତିଶୀଘ୍ର ଏହି ପ୍ରକଳ୍ପ ନିର୍ମାଣ ପାଇଁ ଉପ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାର ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହେଲେ ମଧ୍ୟ ପ୍ରକଳ୍ପ ନିର୍ମାଣ କରାଯାଉନାହିଁ । ଆଗକୁ ନିର୍ବାଚନ ଆଗରୁ ରାଜ୍ୟର ସବୁ ଆଡେ ଉନ୍ନୟନ କାର୍ଯ୍ୟ ଚାଲିଥିବାବେଳେ ଠାକୁରମୁଣ୍ଡାରେ ଅନ୍ୟ ଉନ୍ନୟନ କାର୍ଯ୍ୟ କରାଯିବା ତ ଦୂରର କଥା ବହୁ ପ୍ରତିକ୍ଷିତ ବସଷ୍ଟାଣ୍ଡ ଓ ଶୌଚାଳୟ ପ୍ରକଳ୍ପ କାର୍ଯ୍ୟଟି କରାଯାଉ ନଥିବାରୁ ସାଧାରଣରେ ଘୋର ନୈରାଶ୍ୟ ଭାବ ଦେଖାଦେଇଛି । ଯାହାକି ସ୍ଥାନୀୟ ଜନ ସାଧାରଣରେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେଣୁ କ୍ରୀୟାନୁଷ୍ଠାନ କମିଟିର କର୍ମକର୍ତା ମାନେ ଠାକୁରମୁଣ୍ଡା ବିଡିଓ ମନୋଜ କୁମାର କାର୍ଜୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ କରା ନ ଗଲେ ଆସନ୍ତା ମାର୍ଚ୍ଚ ମାସ ୧ ତାରିଖ ଦିନ ଠାକୁରମୁଣ୍ଡା ବନ୍ଦ ପାଳନ କରାଯିବ ବୋଲି ଚେତାବନୀ ଦେଇଥିବାର ଜଣାପଡିଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories