www.samajalive.in
Sunday, December 7, 2025
23.1 C
Bhubaneswar

ବେଆଇନ କାଠ ଚାଲାଣ ; ଗାଡ଼ି ଜବତ, ଜଣେ ଗିରଫ

ଠାକୁରମୁଣ୍ଡା: ବେଆଇନ କାଠ ଚାଲାଣ ବେଳେ କାଠ ଗାଡ଼ି ଜବତ ହେବା ସହ ଜଣଙ୍କୁ ଗିରଫ କରାଯାଇଛି।  ଏପରି ଘଟଣା ସାମ୍ନାକୁ ଆସିଛି ମୟୁରଭଂଜ ଜିଲ୍ଲାର ସାତକୋଶିଆ ରେଞ୍ଜ ଅଞ୍ଚଳରୁ । ଗତକାଲି ବିଳମ୍ବିତ ରାତିରେ ସାତକୋଶିଆ ରେଞ୍ଜର ଜାମୁନଣ୍ଡା ଗାଁ ପାଖରୁ ଏକ ପିକଅପ ଭ୍ୟାନ ଯୋଗେ ୮ଟି କାଠଗଣ୍ଡି ଚୋରାଚାଲାଣ ବେଳେ ଗୋଟିଏ ପିକଅପ ଭ୍ୟାନ  ଏବଂ ଗୋଟିଏ  କାର ସହିତ ଜଣକୁ ଗିରଫ କରିଛି ବନ ବିଭାଗ ।
ତେବେ ଏମାନେ ଏକ ପିକଅପ ଭ୍ୟାନରେ ଚୋରା ଚାଲାଣ କରୁଥିବା ସମୟରେ ଏକ କାରରେ ଚୋରା ଚାଲାଣ କରୁଥିବା ବେଳେ ସାତକୋଶିଆ ରେଞ୍ଜର ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ଏକ ଟିମ୍ ସହିତ ଚଢ଼ାଉ କଲାବେଳେ ଜାମୁନୋଣ୍ଡା ଗାଁ ନିକଟରୁ ଗାଡ଼ି ସହିତ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ସେଠାରେ ଦୌଡ଼ି ପଳେଇ ଥିବା ବନବିଭାଗ ପକ୍ଷରୁ ସୂଚନା । ତେବେ ଚଢ଼ାଉ ବେଳେ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ମହାନ୍ତ ଫରେଷ୍ଟର ଗିରିଜାନନ୍ଦ ଦଳେଇ, ଫରେଷ୍ଟ ଗାଡ ସନୋତ୍ ମହାନ୍ତ ଓ ଅନ୍ୟ ବନକର୍ମଚାରୀ ଉପସ୍ଥିତ ଥିଲେ। ଏ ଅଞ୍ଚଳରୁ ବିଭିନ୍ନ ସମୟରେ ଚୋରା କାଠ ଚାଲାଣ ନେଇ ଅଭିଯୋଗ ଆସୁଥିବା ବେଳେ ଆଜି ବନ ବିଭାଗ କାଠ ଚାଲାଣ କାରୀକୁ ଧରିବାରେ ସକ୍ଷମ ହୋଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories