www.samajalive.in
Saturday, December 6, 2025
15.1 C
Bhubaneswar

ପାଞ୍ଚ ବର୍ଷ ହେଲା ସରୁନି କାମ, ରାତି ଅଧିଆ ପିଚୁ ଢାଳି କଣ୍ଟ୍ରାକ୍ଟର ଫେରାର

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଘଣ୍ଟିଆଦର ଗ୍ରାମରେ ଶାଳନ୍ଦୀ ନଦୀ ଉପରେ ପାଞ୍ଚ ବର୍ଷ ହେଲା ନିର୍ମାଣଧୀନ ପୋଲ କାମ ସରି ପାରୁନାହିଁ। ଶେଷ ମୁହୂର୍ତ୍ତରେ ପୋଲ ଉପରେ ପିଚୁ କରାଯାଇଛି। ଶୁକ୍ରବାର ରାତିରେ ଲୋକଙ୍କ ଅଜାଣତରେ ପିଚୁ କରାଯାଇଛି। ସକାଳେ ଦେଖିବା ବେଳକୁ ଲୋକେ ଆଚମ୍ବିତ। ଗାଡି ଚାଲିଲେ ପିଚୁ ଉଠିଯାଉଛି। ଗୋଡ଼ରେ ମାରିଲେ ଉଠିଯାଉଛି।

ପ୍ରଥମ ଥର ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗରେ ରାତି ଅଧିଆ କାମ ଓ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାମ ହୋଇଥିବା ନଜରକୁ ଆସିଛି। ସମ୍ପୃକ୍ତ କାର୍ଯ୍ୟଟି ବ୍ରିଜ ଆଣ୍ଡ ରୁଫ କମ୍ପାନୀ ହାତେଇଛି। କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଯଥାକ୍ରମେ ୦୮.୦୩.୨୦୧୭ ଓ ୦୮.୦୭.୨୦୧୯ ରହିଛି। ଅଟକଳ ମୂଲ୍ୟ ୬୧୪୪୩୯୧୨ ଟଙ୍କା ରହିଛି। ୨୦୧୯ରେ ଶେଷ ହେବାକୁ ଥିବା କାମ ଏ ଯାଏଁ ସରିବାର ନାଁ ଧରୁନି। ତେବେ ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ ସମ୍ଭବପର ହୋଇନଥିଲା। ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories