www.samajalive.in
Saturday, December 6, 2025
16.1 C
Bhubaneswar

ନିର୍ଦ୍ୱନ୍ଦରେ ୧୫ ଜଣ ନିର୍ଦ୍ଦେଶକ ଭାବେ ନିର୍ବାଚିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ବୃହଦାକାର ବହୁମୁଖୀ ଆଦିବାସୀ ସମବାୟ ସମିତି ଲି ନିର୍ବାଚନରେ ନିର୍ଦ୍ୱନ୍ଦରେ ୧୫ ଜଣ ଡ଼ାଇରେକ୍ଟର ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ କସ୍ତୁରୀ ସନ୍ୟାସୀ ରାଜୁ ସୂଚନା ଦେଇଛନ୍ତି। ଏଥିରେ ୧୫ଟି ଡ଼ାଇରେକ୍ଟର ପଦବୀ ପାଇଁ ଆବଶ୍ୟକ ରହିଥିବା ବେଳେ ବିଜେଡି ଓ କଂଗ୍ରେସ ଉଭୟ ଦଳ ପକ୍ଷରୁ ବୁଝାବଣା ହୋଇ କେବଳ ୧୫ ଜଣ ସଦସ୍ୟ ହିଁ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି। ସେମାନେ ହେଲେ କୁଳସିକା ଆଲାଇ, ଶଙ୍କର ହୁଈକା, କିଶୋର ଚନ୍ଦ୍ର ପାଢ଼ୀ, ଧନସିଂ ତିମାକା, ପିତାମ୍ବର ମିନିଆକା, ସି ହେଚ ନାଗେଶ୍ୱର ରାଓ, କାଡ୍ରାକା କୁଡୁଞ୍ଜି, ପ୍ରମିଳା କାଡ୍ରାକା, ଆପୁଲୁସ୍ୱାମୀ କୌଶଲ୍ୟା, କୁରୁମା ରାଓ ନାଚିକା, କାମେଶ୍ୱ ରାଓ କଞ୍ଜ।କା, ରମାକାନ୍ତ ପରିଛା, ରଘୁନାଥ ନିସିକା, ସୁନ୍ଦର ରାଓ ବାଘ ଓ ତିମାକା କାମସିଙ୍ଗ ପ୍ରମୁଖ ନିର୍ବାଚିତ ହୋଛନ୍ତି ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଏଥିରେ ବୃହଦାକାର ବହୁମୁଖୀ ଆଦିବାସୀ ସମବାୟ ସମିତି ଲିର ପରିଚାଳନା ସଭାପତି ପଦବୀ ପାଇଁ ତାରିଖ ନିର୍ଦ୍ଧାରିତ କରିବା ପରେ ୧୫ ଜଣ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବା ପରେ ସଭାପତି ଚୟନ କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories