www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରତିଯୋଗିତାରେ ସଫଳତା ପାଇଁ କଠିନ ଅଧ୍ୟବସାୟ ଜାରି ରଖିବା ଆବଶ୍ୟକ

କଣ୍ଟାବାଞ୍ଜି: ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ତୁରେକେଲା ସହଯୋଗିତାରେ ବ୍ଲକ ରେ ଥିବା ୧୧ଟି କ୍ଳଷ୍ଟର ରୁ ଜଣେ ଲେଖାଏ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କୁଇଜ ପ୍ରତିଯୋଗିତାରେ ବ୍ଳକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ ଓ ଫକିର ଚରଣ ବିଶି ଯୋଗଦେଇ ପ୍ରତିଯୋଗିତାରେ ସଫଳତା ପାଇବା ପାଇଁ କଠିନ ଅଧ୍ୟବସାୟ ଜାରି ରଖିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ବିଭିନ୍ନ କ୍ଳଷ୍ଟର ସିଆରସିସି ଅମର ବାଗ, ଗୁରୁପ୍ରସାଦ ଛତ୍ରୀଆ, ଦିନେଶ ମହାନନ୍ଦ, ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଭବାନୀ ଶଙ୍କର ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହାସହ ଶିକ୍ଷକ ପ୍ରକାଶ କୁମାର ମେହେର, ଗଜେନ୍ଦ୍ର ବହିବନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

 

- Advertisement -

କୁଇଜ ପ୍ରତିଯୋଗିତାରେ ବିଜୟ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କ ନାମ ଘୋଷଣା କରାଯାଇଥିଲା। ସେମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଲର୍କି ଉପ୍ରା ବିଦ୍ୟାଳୟର ପ୍ରୱାନ ମେହେର, ଦ୍ବିତୀୟ ସ୍ଥାନରେ ମହଖଣ୍ଡ ଉପ୍ରା ବିଦ୍ୟାଳୟର ଆଲୋକ ପୁଟେଲ, ତୃତୀୟ ସ୍ଥାନରେ କଣ୍ଟାବାଞ୍ଜି ନୋଡ଼ାଲ ସ୍କୁଲର ପ୍ରେତେସ ଦୀପ ସଫଳ ହାସଲ କରିଥିଲେ। ସଫଳତା ହାସଲକରିଥିବା ଛାତ୍ର ଛାତ୍ରୀମାନଙ୍କୁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories