www.samajalive.in
Saturday, December 6, 2025
17.1 C
Bhubaneswar

ଗଣତନ୍ତ୍ରର ସୁରକ୍ଷା ଜରୁରୀ : ପଦ୍ମଶ୍ରୀ ବାବା ବଳିଆ

ଗଞ୍ଜାମ: ଗଣତନ୍ତ୍ରର ସୁରକ୍ଷା ଜରୁରୀ। ସେଥିପାଇଁ ସମସ୍ତେ ଉଦ୍ୟମ ଜାରି ରଖିବା ଉଚିତ ବୋଲି ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି। ଶନିବାର ଗଞ୍ଜାମ ସହରସ୍ଥିତ ସାମନ୍ତରାୟ ସାହି ଅନନ୍ତ ବଳିଆ ଭବନ ଠାରେ ଗଞ୍ଜାମ ସହର ନାଗରିକ କମିଟି, ଗଞ୍ଜାମ ପ୍ରେସ କ୍ଳବ, ଗଞ୍ଜାମ ବରିଷ୍ଠ ପୌରାଞ୍ଚଳ ପକ୍ଷରୁ ପଦ୍ମଶ୍ରୀ ବାବା ବଳିଆଙ୍କ ଉଦେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ୟ୍ୟକ୍ରମରେ ପ୍ରଥମେ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ, ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକି, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ , ଉପଦେଷ୍ଟା ଅବସର ପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ, ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ସାମାଜିକ କର୍ମୀ ବିନୋଦ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପଢୌକନ ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ଲୋକଙ୍କୁ ସାମାଜିକ ସଂସ୍କାର, ଅନ୍ଧ ବିଶ୍ୱାସ ଦୂର କରିବା, ପ୍ରାକୃତିକ ଜଙ୍ଗଲ ସୁରକ୍ଷା, ବର୍ତ୍ତମାନ ପରିସ୍ଥିତିରେ ବୃକ୍ଷ ରୋପଣ ସାଙ୍ଗକୁ ତାହାର ରକ୍ଷଣକ୍ଷ ବେକ୍ଷଣ , ସହିତ ନୂତନ ଜଙ୍ଗଲ ସୃଷ୍ଟି କରିବା, ସମାଜରେ ବିଧବା ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା, ବିବାହ ପୂର୍ବରୁ ପୁଅ ଝିଅଙ୍କର ରକ୍ତ ମେଳକ ଓ ସ୍ୱାସ୍ଥ୍ୟ ପରୀକ୍ଷା କରି ବିବାହ କରିବା ପାଇଁ ଅବିଭାବକ ମାନେ ସ୍ଥିର କରିବା ଉଚିତ। ସରକାରଙ୍କ ପକ୍ଷରୁ ଯେଉଁ ଭଳିଆ ମଦ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଉଛି ତାହାର ତାହାର ସୀମା ଭିତରେ ରହିବାର ଆବଶ୍ୟକତା ରହିଛି ବୋଲି ବାବା ବଳିଆ ପ୍ରକାଶ କରିଛନ୍ତି। ସେ ୩୦ ଜିଲାରେ ପ୍ରାୟ ଏକ ଲକ୍ଷରୁ ଅଧିକ ଚାରା ରୋପଣ କରିଛନ୍ତି।

 

- Advertisement -

ଆଗାମୀ ଦିନରେ ଆହୁରି ଅନେକ ସ୍ଥାନରେ ମଧ୍ୟ ବୃକ୍ଷ ରୋପଣ ଜାରି ରହିବା ବୋଲି ସୂଚନା ଦେଇଥିଲେ। ଗତ କିଛି ଦିନ ତଳେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ବାବା ବଳିଆ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଛନ୍ତି କ୍ଷ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମକୁ ଅଧ୍ୟାପକ ଗିରିଶ ଆଚାର୍ଯ୍ୟ, ଉତ୍ତମ ପଣ୍ଡା, ବିନୋଦ ଚନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ ବାବାଜୀ ମଧୁସୂଦନ ଦାସ, ସଞ୍ଜୟ ଦାସ, କାଳନ୍ଦୀ ଦାସ, ଗୋପାଳ ଦାସ, ନରହରି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories